fbpx

ଅଟୋ ଉପରେ ଓଲଟିଲା ଟ୍ରକ: ଗର୍ଭବତୀ ମହିଳା ସମେତ ୪ ବର୍ଷୀୟ ଶିଶୁ ମୃତ

Advertisement

ନୂଆଦିଲ୍ଲୀ: ଟ୍ରକ ଏକ ଅଟୋ ଉପରେ ଓଲଟି ପଡିଥିବା ବେଳେ ଉକ୍ତ ପରିବାରର ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବିହାରର ପୁର୍ନିଆ ସଦର ପୋଲିସ ଷ୍ଟେସନ ଅଞ୍ଚଳର ଗୁଲାବ ବାଗ ଜିରୋ ମାଇଲରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଅଟୋରେ ଯାତ୍ରା କରୁଥିବା ସମାନ ପରିବାରର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କର ୪ ବର୍ଷର ଝିଅର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ଭଉଣୀ ଏବଂ ଅନ୍ୟ ଝିଅ ସୁରକ୍ଷିତ ଅଛନ୍ତି।

ସେହି ଅଟୋରେ ଯାତ୍ରା କରୁଥିବା ଶଗୁପ୍ତା ଘଟଣା ସଂପର୍କରେ କହିଛନ୍ତି ଯେ, ଅଟୋରେ ତାଙ୍କ ଗର୍ଭବତୀ ବଡ଼ ଭଉଣୀ ଏବଂ ତାଙ୍କର ଦୁଇ ଝିଅ ଯାତ୍ରା କରୁଥିଲେ । ପୂର୍ଣ୍ଣିଆ ଜିରୋମାଇଲରେ ଏକ ଭାରୀ ଟ୍ରକ ତାଙ୍କ ଅଟୋ ଉପରେ ଓଲଟି ପଡିଥିଲା । ଦୁର୍ଘଟଣା ସମୟରେ ଶଗୁପ୍ତା ଅଟୋ କଡ଼ରେ ବସିଥିଲେ । ସେହି ସମୟରେ ସେ ୩ବର୍ଷୀୟ ଝିଅକୁ ଧରି ଅଟୋରୁ ଡେଇଁପଡିଥିଲେ । ଯେଉଁଥିରେ ଆଉ ଦୁଇଜଣ ଅଟୋ ଭିତରେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ବହୁ କଷ୍ଟରେ ଗର୍ଭବତୀ ମାଆ ଏବଂ ଶିଶୁଙ୍କୁ ଉଦ୍ଧାର କରି ପୂର୍ଣ୍ଣିଆରେ ଥିବା ମେଡିକାଲ କଲେଜକୁ ପଠାଇଥିଲେ । ହେଲେ ଡାକ୍ତର ସେହି ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାର ଲୋକେ ସୂଚନା ପାଇବା ମାତ୍ରେ ସେଠାରେ ପହଁଚିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଅଟୋ ଡ୍ରାଇଭରର କୌଣସି ସୂଚନା ମିଳିନାହିଁ ।

Get real time updates directly on you device, subscribe now.