fbpx
BSKY SKY
BSKY SKY

Big Breaking; ବୋଲରଙ୍କ ପାଇଁ ICC ଆଣିଲା ନୂଆ ନିୟମ: ODI, T-20 ମ୍ୟାଚରେ ବଦଳିଯିବ ଖେଳର ଷ୍ଟାଇଲ

BSKY

ନୂଆଦିଲ୍ଲୀ: ଦିନିକିଆ ଏବଂ ଟି-୨୦ ମ୍ୟାଚକୁ ଆହୁରି ରୋମାଞ୍ଚକର କରିବା ପାଇଁ ନୂଆ ବ୍ୟବସ୍ଥା କରୁଛି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ । ମ୍ୟାଚକୁ ସଠିକ ସମୟରେ ଆରମ୍ଭ କରିବା ପାଇଁ ଏବଂ ଶେଷ କରିବା ପାଇଁ ଆଇସିସି ନିଜର ପ୍ଲାନ ପ୍ରସ୍ତୁତ କରିସାରିଛି । ଖୁବଶୀଘ୍ର ସୀମିତ ଓଭର କ୍ରିକେଟରେ ଏହି ନିୟମ ଲାଗୁ କରିବା ନେଇ ଆଇସିସିର ପ୍ଲାନ ଲାଗୁ ହେବାକୁ ଯାଉଛି । ଏଥର ବୋଲରମାନଙ୍କ ମୁଣ୍ଡରୁ ବୋଝ ହାଲକା କରିବାକୁ ଯାଉଛି କ୍ରିକେଟ ପରିଷଦ । ମ୍ୟାଚରେ ନଷ୍ଟ ହେଉଥିବା ସମୟକୁ ସଠିକ ଉପଯୋଗ କରିବାକୁ ଏକ ଇଲେକ୍ଟ୍ରୋନିକ ଘଡ଼ି ଲଗାଇବ ଆଇସିସି ।

ପୁରୁଷ କ୍ରିକେଟ ମ୍ୟାଚରେ ଏକ ନୂଆ ନିୟମ ଲାଗୁ କରିଛି । ଦିନିକିଆ ଏବଂ ଟି-୨୦ ମ୍ୟାଚ ପାଇଁ ଏକ ଇଲେକ୍ଟ୍ରୋନିକ ଘଡ଼ିର ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଚଳିତ ଡିସେମ୍ବର ମାସରୁ ଆସନ୍ତାବର୍ଷ ଏପ୍ରିଲ(୨୦୨୫) ମଧ୍ୟରେ ହେବାକୁ ଥିବା ସମସ୍ତ ପୁରୁଷ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଏହି ଘଡ଼ି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ତେବେ ପ୍ରଥମେ ଏହାକୁ ଏକ ଟ୍ରାଏଲ ବେସିସ ଭାବରେ ବ୍ୟବହାର କରାଯିବ । ଏହି ସମୟ ମଧ୍ୟରେ ପ୍ରାୟ ୫୯ଟି ଆନ୍ତର୍ଜାତୀୟ ମ୍ୟାଚ(ଦିନିକିଆ ଏବଂ ଟି-୨୦) ଖେଳାଯିବ । ତେବେ ଏହି ନିୟମ ଆସନ୍ତାକାଲି(ଡିସେମ୍ବର ୧୨) ତାରିଖରେ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ଲାଗୁ କରି ଆଇସିସି ।

ସଂଶୋଧିତ ପୁରୁଷ ଦଳମାନଙ୍କ ମଧ୍ୟରେ ଦିନିକିଆ ଏବଂ ଟି-୨୦ ଖେଳ ସ୍ଥିତିର ଧାରା ୪୧.୯ ଅନୁଯାୟୀ, ମ୍ୟାଚ ସମୟରେ ବୋଲିଂ ଦଳ ଦ୍ୱାରା ନଷ୍ଟ ହେଉଥିବା ସମୟକୁ ସଦୁପଯୋଗ କରିବାକୁ ଏହି ଘଡ଼ି ବ୍ୟବହାର କରାଯିବ । ଏଥିପାଇଁ ଉପଧାରା ୪୧.୯.୪ ଅନୁଯାୟୀ ଏହି ଇଲେକ୍ଟ୍ରୋନିକ ଘଡ଼ିକୁ ମ୍ୟାଚରେ ଅନୁମତି ମିଳିପାରିଛି ।

Get real time updates directly on you device, subscribe now.