fbpx

କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ଖୁସି ପ୍ରକାଶ କଲା ପାକିସ୍ତାନ; ଜାଣନ୍ତୁ କ’ଣ କହିଲେ ଏହି ନେତା

ନୂଆଦିଲ୍ଲୀ: ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ନେଇ ଆଜି କେବଳ ଭାରତରେ ନୁହେଁ ବିଦେଶରେ ବି ଚର୍ଚ୍ଚା ହେଉଛି । ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶୁକ୍ରବାର କେଜ୍ରିୱାଲ ତିହାର ଜେଲ୍‌ରୁ ବାହାରକୁ ଆସିବା ପରେ ନିଜର ପ୍ରତିକ୍ରିୟା ରଖି କହିିଛନ୍ତି ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାଜୟ ।

ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫବାଦ ଚୌଧୁରୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିିଳିବା ଓ ତିହାର ଜେଲ୍‌ରୁ ମୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ଆଉ ଏକ ପରାଜୟ ବୋଲି କହିଛନ୍ତି । ପାକିସ୍ତାନ ନେତା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ କ୍ୟାପସନ ସହ ପୋଷ୍ଟ କରିଛନ୍ତି, ‘ମୋଦୀଜୀ ଆଉ ଏକ ଲଢେଇ ହାରି ଯାଇଛନ୍ତି#କେଜ୍ରିୱାଲଙ୍କ ମୁକ୍ତି…ଉଦାରବାଦୀ ଭାରତ ଲାଗି ଭଲ ଖବର’ ।
ଫବାଦ ଚୌଧୁରୀ ନିଜ ଦେଶରେ ଆଇନର ଶାସନ ସ୍ଥିତି ଉପରେ ବି ଅବସୋସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଦେଶରେ ନାଗରିକ ସମାଜ, ବାର୍ ଆସୋସିଏସନ, ମିଡିଆ ସଂଗଠନ ଓ ମାନବାଧିକାର ସଂଗଠନ ପୁରା ସୁପ୍ତ ପଡି ଯାଇଛନ୍ତି । ଏଠାରେ ଆଇନର ଶାସନର ଭବିଷ୍ୟତ ଅନ୍ଧକାର ଭିତରେ ରହିଛି ।

ଗତ କିଛିଦିନ ହେବ ଫବାଦ ଚୌଧୁରୀ ଭାରତୀୟ ରାଜନୀତି ଘଟଣାକ୍ରମ ଓ ଲୋକସଭା ନିର୍ବାଚନ ଉପରେ କିଛି ନା କିଛି ମତ ଦେଉଛନ୍ତି । ଏହା ପୂର୍ବରୁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି ତାଙ୍କୁ ତାଙ୍କ ଅଣଜେଜେ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସହ ତୁଳନା କରିଥିଲେ ।

Get real time updates directly on you device, subscribe now.