fbpx

ଭାରତବର୍ଷରେ ବୃଦ୍ଧି ପାଉଥିବା ହିଂସା ପଛରେ ରହିଛି ପାକିସ୍ତାନ ହାତ, କେନ୍ଦ୍ରମନ୍ତ୍ରୀ ଦେଲେ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ସମଗ୍ର ଭାରତବର୍ଷରେ ଲଗାତର ଭାବେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳମାନେ ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି । ଅନେକଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, ଏହା ପଛର କାରଣ କ’ଣ । ତେବେ ଏହା ପଛରେ ପାକିସ୍ତାନର ହାତ ରହିଥିବା କେନ୍ଦ୍ରମନ୍ତ୍ରୀ ବୟାନ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି ଯେ, ଭାରତରେ ବୃଦ୍ଧି ପାଉଥିବା ହିଂସା ପାଇଁ ପାକିସ୍ତାନ ଦାୟୀ । ଦେଶରେ ଅରାଜକତା ସୃଷ୍ଟି କରିବା ପଛରେ ପାକିସ୍ତାନର ହାତ ରହିଛି । ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଏପରି ପ୍ରତିକ୍ରିୟା ଦେଇଛନ୍ତି ପ୍ରହ୍ଲାଦ । ଭାରତର ଲୋକପ୍ରିୟତାରେ ପଡ଼ୋଶୀ ରାଷ୍ଟ୍ରମାନେ ଈର୍ଷାଳୁ ହୋଇ ଉଠୁଛନ୍ତି, ତେଣୁ ସେମାନେ ଏପରି ହରକତରେ ଲିପ୍ତ ରହୁଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ପାକିସ୍ତାନରେ ନୂଆ ସରକାର ଗଠନ ହୋଇଥିବା ବେଳେ ସେ ଦେଶର ଆର୍ଥିକ ସ୍ଥିତି ବହୁ ତଳକୁ ଖସି ଯାଇଛି । ତଥାପି ପାକିସ୍ତାନ ବିଭିନ୍ନ ସମୟରେ ଭାରତ ଉପରେ ଆତଙ୍କବାଦୀ ଜନିତ କାର୍ଯ୍ୟ ଜାରି ରଖିଥାଏ । ଏନେଇ ଏକାଧିକ ବାର ଦ୍ୱିପାକ୍ଷିକ ଆଲୋଚନା କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ନିକଟରେ ପ୍ରୋଫେଟ ମହମ୍ମଦଙ୍କୁ ନେଇ ବିଜେପି ନେତାଙ୍କ ବୟାନକୁ ନେଇ କିଛି ବିଦେଶୀ ରାଷ୍ଟ୍ର ଭାରତକୁ ନିନ୍ଦା କରିଥିଲେ ।

Get real time updates directly on you device, subscribe now.