ପୁଣି ଭାରତର ଶତ୍ରୁ ଦେଶରେ ଭୟଙ୍କର ଭୂମିକମ୍ପ, ଜାଣନ୍ତୁ କେତେ ଥିଲା ତୀବ୍ରତା

ଭୂମିକମ୍ପ ଝଟକାରେ ଘରୁ ବାହାରି ଆସିଲେ ଲୋକେ।

ପାକିସ୍ତାନ: ପୁଣିଥରେ ଭାରତର ପଡ଼ୋଶୀ ଦେଶ ବା ଭାରତର ଶତ୍ରୁ ଦେଶ ପାକିସ୍ତାନ ଭୂମିକମ୍ପ ଝଟକାରେ ଥରି ଉଠିଲା। ସୋମବାର ସକାଳ ୫:୩୯ ସମୟରେ ପାକିସ୍ତାନର ଉତ୍ତର ଅଞ୍ଚଳଗୁଡ଼ିକରେ ୪.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନରେ ୩୬.୧୦ ଉତ୍ତର ଅକ୍ଷାଂଶ ଏବଂ ୭୧.୨୬ ପୂର୍ବ ଦ୍ରାଘିମାରେ ୨୫ କିଲୋମିଟର ଗଭୀରତାରେ ଥିଲା।

ଏହି ସ୍ଥାନଗୁଡ଼ିକରେ ଭୂକମ୍ପ ଝଟକା: ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି ଏବଂ ଖାଇବର ପଖତୁନଖ୍ୱାର କିଛି ଅଂଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ଭୂମିକମ୍ପ ଝଟକା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଭୂମିକମ୍ପ ଯୋଗୁଁ କୌଣସି ଜନ ଜୀବନ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

କିଛି ଦିନ ପୂର୍ବରୁ ହୋଇଥିଲା ଭୂକମ୍ପ: ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟର ସଂଯୋଗସ୍ଥଳରେ ଅବସ୍ଥିତ ପାକିସ୍ତାନ ଏକ ଭୂମିକମ୍ପପ୍ରବଣ ଅଞ୍ଚଳ।

ପାକିସ୍ତାନ ଗତ କିଛି ସପ୍ତାହ ମଧ୍ୟରେ ଅନେକ ଭୂମିକମ୍ପର ସମ୍ମୁଖୀନ ହୋଇଛି, ଯେଉଁଥିରେ ଅଗଷ୍ଟ ୧୯ ଏବଂ ୨୦ ରେ ୫.୫ ଏବଂ ୩.୭ ତୀବ୍ରତାର ଦୁଇଟି ଭୂମିକମ୍ପ ରେକର୍ଡ କରାଯାଇଛି।