fbpx

ଭାରତର ‘Moon Mission’ ଚନ୍ଦ୍ରଯାନ -୩ ର ଲ୍ୟାଣ୍ଡିଙ୍ଗ ଦେଖିବାକୁ ଚାହୁଁଛି ପାକିସ୍ତାନ: ଫାୱାଦ ଚୌଧୁରୀ

ନୂଆଦିଲ୍ଲୀ: ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଥିବା ବେଳେ ପାକିସ୍ତାନ ଖୁବ ପଛରେ ପଡ଼ି ଯାଇଛି । ଆଜି ମହାକାଶ କ୍ଷେତ୍ରରେ ମଧ୍ୟ ପାକିସ୍ତାନଠାରୁ ଆଉ ପାଦେ ଆଗକୁ ଯିବାକୁ ବାହାରିଛି ଭାରତ । ଆଜି ଭାରତ ଚନ୍ଦ୍ରପୃଷ୍ଠରେ ନିଜର ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଯାଉଛି । ଯାହାକୁ ନେଇ ପାକିସ୍ତାନ ମନରେ ଇର୍ଷା ଜାଗ୍ରତ ହୋଇଛି । ତେବେ ଏହିସବୁ ମଧ୍ୟରେ ପାକିସ୍ତାନର ପୂର୍ବ ଆଇଟି ମନ୍ତ୍ରୀ ଫାୱଦା ଚୌଧୁରୀ ଏପରି କଥା କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ କହିଛନ୍ତି ଚନ୍ଦ୍ରଯାନ -୩ ର ଲ୍ୟାଣ୍ଡି ଲାଇଭ ପାକିସ୍ତାନରେ ଦେଖାଇବା ଉଚିତ ।

ଦିନେ ଯିଏ ଚନ୍ଦ୍ରଯାନ -୨ ଅସଫଳତା ପରେ ଉତ୍ସାହ ପାଳନ କରୁଥିବା ବ୍ୟକ୍ତି ଆଜି ଭାରତର ସପଳତାକୁ ଉଦାହରଣ ସ୍ୱରୂପ ପାକିସ୍ତାନରେ ଦେଖାଇବା ପାଇଁ ବୟାନ ଦେଇଛନ୍ତି । ତେଣୁ ଏହି କଥା ସହଜରେ କେହି ହଜମ କରିପାରୁ ନାହାନ୍ତି । ଚନ୍ଦ୍ରଯାନ-୨ର ଅସଫଳତାକୁ ନେଇ ବିବାଦୀୟ ବୟାନ ଦେଇଥିଲେ ଫୱାଦ, କିନ୍ତୁ ଆଜି ତାଙ୍କର ରୂପ ସମ୍ପୂର୍ଣ୍ଣ ଭିନ୍ନ । ପାକିସ୍ତାନର ସ୍ପେସ ଏଜେନ୍ସି ଭାରତ ପୂର୍ବରୁ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଭାରତର ସ୍ପେସ ଏଜେନ୍ସି ଇସ୍ରୋ ପାକିସ୍ତାନ ସ୍ପେସ ଏଜେନ୍ସିକୁ ଅତିକ୍ରମ କରି ସଫଳତାର ଶୀର୍ଷରେ ପହଞ୍ଚିଛି । ଭାରତ ଏବେ ଚନ୍ଦ୍ର ମଙ୍ଗଳ ଇତ୍ୟାଦି ଗ୍ରହକୁ ଯାଇ ପାରୁଛି , କିନ୍ତୁ ପାକିସ୍ତାନ ଏବେ ବି ପଛରେ ରହିଯାଇଛି । ଯେଉଁମାନେ ପ୍ରଥମେ ଭାରତକୁ ପରିହାସ କରୁଥିଲେ ଏବେ ନିଜେ ଭାରତର ସଫଳତାକୁ ପାଳନ କରିବା ସହ ପ୍ରଶଂସା କରୁଛନ୍ତି । ଏହାରି ମଧ୍ୟରେ ପାକିସ୍ତାର ପୂର୍ବତନ ମନ୍ତ୍ରୀ ଫାୱାଦ ଚୌଧୁରୀ ଟ୍ୱିଟ କରିଛନ୍ତି ଯାହାକୁ ଦେଖିଲେ ଲାଗୁଛି ତାଙ୍କ ମନ ପରିବର୍ତ୍ତନ ହୋଇଛି । ସେ ଚନ୍ଦ୍ରଯାନ -୩ର ଲ୍ୟାଣ୍ଡିଙ୍ଗର ପାକିସ୍ତାନରେ ଲାଇଭ ପ୍ରସାରଣ କରିବାକୁ ଚାହିଁଛନ୍ତି । ସେ ଲେଖିଛନ୍ତି ‘ପାକିସ୍ତାନକୁ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଙ୍ଗ ଲାଇଭ ଦେଖିବା ଦରକାର । ମାନବ ଜାତି ପାଇଁ ଏହା ଏକ ଐତିହାସିକ ମୂହୁର୍ତ୍ତ । ବିଶେଷ କରି ଭାରତୀୟ ଲୋକ ଏବଂ ବୈଜ୍ଞାନିକ ମହାକାଶ ସମୁଦାୟକୁ ବହୁତ ଧନ୍ୟବାଦ ।’

ତେବେ ଭାରତର ମିଶନକୁ ନେଇ ପଜିଟିଭ ବୟାନ ଦେଇଥିଲେ ବି ଟ୍ରୋଲ ହେବାରୁ ରକ୍ଷା ପାଇନାହାନ୍ତି ଆଇଟି ମନ୍ତ୍ରୀ । ଫାୱାଦଙ୍କ ଏହି ଟ୍ୱିଟ ଉପରେ ଲୋକମାନେ ତାଙ୍କ ପୁରୁଣା ଟ୍ୱିଟ କଥା ମନେ ପକାଇ ଦେଇଛନ୍ତି । ଚନ୍ଦ୍ରଯାନ -୨ ଫେଲ ହେବାସମୟରେ ପୂରା ଭାରତ ନିରାଶ ଥିବା ବେଳେ ଫାୱାଦ ଏହାକୁ କଟାକ୍ଷ କରିଥିଲେ । ସେତେବେଳେ ଫାଓ୍ବାଦ ଟ୍ୱିଟରେ ଲେଖିଥିଲେ, ‘ ଭାରତକୁ ଯେଉଁ କାମ ଆସୁନାହିଁ ସେହି କାମକୁ ସେ ବିଲକୁଲ କରିବା କଥା ନୁହେଁ। ସେତେବେଳେ ଫାୱାଦ କ୍ଷମତାରେ ଥିଲେ ଏବେ କିନ୍ତୁ ସେ କ୍ଷମତାରେ ନାହାନ୍ତି । ତେଣୁ ଲୋକମାନେ ତାଙ୍କୁ କଟାକ୍ଷ କରି କହିଛନ୍ତି ଯେ, କ୍ଷମତା ହାତରୁ ଯିବା ପରେ ଫାୱାଦଙ୍କ ମନ ପରିବର୍ତ୍ତନ ହୋଇଯାଇଛି ।

Get real time updates directly on you device, subscribe now.