fbpx
BSKY
BJD SHG SKY
BJD YOUTH SKY

ହାରିସ୍-ଶାହୀନଙ୍କ ପାଇଁ ସେମିରୁ ବାଦ୍ ପଡ଼ିବ ପାକିସ୍ତାନ! ଭରସା ଭାଙ୍ଗିଦେଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଆଜି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ସେମି ଫାଇନାଲ ଟିକେଟ ପାଇବାକୁ ହେଲେ ଉଭୟ ଦଳ ପାଇଁ ଏହି ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଛି । ତେବେ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୦୨ ରନର ଏକ ବିଶାଳକାୟ ଲକ୍ଷ୍ୟ ଦେଇଛି ନ୍ୟୁଜିଲାଣ୍ଡ । ସେମି ଫାଇନାଲକୁ ପ୍ରବେଶ କରିବା ପାଇଁ ପାକିସ୍ତାନ ସଂଘର୍ଷ କରୁଥିବା ବେଳେ ଏହି ସ୍କୋର ଦଳକୁ ଆହୁରି ଚିନ୍ତାରେ ପକାଇ ଦେଇଛି । ତେବେ ପାକିସ୍ତାନର ଏଭଳି ପରିସ୍ତିତି ପାଇଁ ଦାୟୀ ହୋଇଛନ୍ତି ଦଳର ଦୁଇ ଷ୍ଟାର ବୋଲର ହାରିସ ରାଉଫ ଏବଂ ଶାହୀନ ଆଫ୍ରିଦି ।

ବିଶ୍ୱକପରେ ସଂଘର୍ଷ କରୁଥିବା ପାକିସ୍ତାନ ପାଇଁ ‘ବୋଝ ଉପରେ ନଳିତା ବିଡ଼ା’ ପାଲଟିଛନ୍ତି ଦଳର ଦୁଇ ପ୍ରମୁଖ ବୋଲର । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଉଭୟ ବୋଲରଙ୍କ ଉପରେ ଖୁବ ଭରସା କରିଥିଲା ପାକିସ୍ତାନ । କିନ୍ତୁ ଅଧିନାୟକ ବାବରଙ୍କ ସବୁ ଆଶାକୁ ଭାଙ୍ଗି ଦେଇଛନ୍ତି ହାରିସ-ଶାହୀନଙ୍କ ପ୍ରଦର୍ଶନ । ଉଭୟ ବୋଲର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଖୁବ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଯାହାଫଳରେ ନୁଜିଲାଣ୍ଡ ୪୦୨ ରନର ଏଲକ ବିଶାଳ ଟାର୍ଗେଟ ଦେଇଛି । ହାରିସ ରାଉଫ ଏହି ମ୍ୟାଚରେ ୮୫ ରନ୍ ବ୍ୟୟ କରିଥିବା ବେଳେ ଶାହୀନ ଆଫ୍ରିଦି ୯୦ ରନ୍ ଖର୍ଚ୍ଚ କରିଛନ୍ତି । ଏହାସହିତ ପାକିସ୍ତାନ ବିଶ୍ୱକପ ଇତିହାସରେ ଉଭୟ ନିଜ ସାଥୀ ଖେଳାଳି ହସନ୍ ଅଲୀଙ୍କର ଏକ ଲଜ୍ଜାଜନକ ରେକର୍ଡକୁ ଅତିକ୍ରମ କରିଛନ୍ତି । ୨୦୧୯ ବିଶ୍ୱକପରେ ୮୪ ରନ୍ ଦେଇ ସର୍ବାଧିକ ରନ୍ ବ୍ୟୟ କରିବାର ରେକର୍ଡ ନିଜ ନାମରେ କରିଥିଲେ । ଏହାପୂର୍ବରୁ ହାରିସ ରାଉଫ ଅଷ୍ଟ୍ରେଲିଆ ବିପକ୍ଷରେ ୮୩ ରନ୍ ଖର୍ଚ୍ଚ କରିଥିଲେ । ତେବେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ହସନ୍ ଅଲୀ ମଧ୍ୟ ୮୨ ରନ୍ ବ୍ୟୟ କରି ନିଜର ଏହି ଲଜ୍ଜାଜନକ ରେକର୍ଡରୁ ମାତ୍ର ୨ ରନ୍ ଦୂରରେ ରହି ଯାଇଛନ୍ତି ।

ତେବେ ପାକିସ୍ତାନୀ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ବିଶାଳ ସ୍କୋର ଠିଆ କରିପାରିଛି । ମହମ୍ମଦ ୱାସିମ ଦଳ ପକ୍ଷରୁ ସଫଳ ବୋଲର ଭାବରେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡର ଶତକବୀର ରଚିନ୍ ରବିନ୍ଦ୍ର ପୁଣି ଏକ ଶତକ ତଥା ବିଶ୍ୱକପରେ ତୃତୀୟ ଶତକ ହାସଲ କରିଥିବା ବେଳେ ଅଧିନାୟକ କେନ୍ ୱିଲିୟମସନ୍ ୯୫ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ଯାହା ଫଳରେ ପାକିସ୍ତାନ ସାମ୍ନାରେ ବର୍ତ୍ତମାନ ୪୦୨ ରନର ଏକ ବିଶାଳ ସ୍କୋର ରହିଛି ।

Get real time updates directly on you device, subscribe now.