fbpx

‘ସେମାନେ ମହାଦେବଙ୍କୁ ମଧ୍ୟ ଛାଡିନାହାନ୍ତି’, ଛତିଶଗଡ଼ରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ

ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ ଦୁର୍ଗରେ ଶନିବାର ଦିନ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ଉଦ୍ଦେଶ୍ୟରେ ଅୟୋଜିତ ହୋଇଥିବା ଏହି ରାଲି ମାଧ୍ୟମରେ ସେ ଛତିଶଗଡ଼ର ଭୂପେଶ ବଘେଲ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜନୈତିକ ଦଳ ଗରିବଙ୍କୁ ଭାଗ କରିବା ଏବଂ ଜାତିବାଦର ବିଷ ବିସ୍ତାର କରିବା ପାଇଁ ନୂଆ ଷଡଯନ୍ତ୍ର କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମହାଦେବ ଆପ ସ୍କାମକୁ ନେଇ ଛତିଶଗଡ଼ରେ କଂଗ୍ରେସ ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ଏଠାରେ ମହାଦେବଙ୍କ ନାମକୁ ମଧ୍ୟ ଛଡାଯାଇ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଛନ୍ତି ଯେ, ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି, ୫ ହଜାର କୋଟି ଟଙ୍କାର ଚାଉଳ ଦୁନୀତି, ୧୩୦୦ କୋଟି ଟଙ୍କାର ଗୌତମ ସ୍କାମ, ୭୦୦ କୋଟି ଟଙ୍କାର ଡିଏମଏଫ ଦୁର୍ନୀତି, ଛତିଶଗଡ଼କୁ ଲୁଟିବା ପାଇଁ କଂଗ୍ରେସ କୌଣସି ପ୍ରକାର ସୁଯୋଗକୁ ହାତଛଡା କରିନାହିଁ ।

ଉପରୋକ୍ତ ବକ୍ତବ୍ୟକୁ ଆଧାର କରି ପିଏମ ମୋଦୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ରାଜ୍ୟରେ ବିଜେପି ସରକାର ହେବା ପରେ ଏପରି ଦୁର୍ନୀତିର ଯାଞ୍ଚ କରାଯିବ, ଆପଣଙ୍କ ଟଙ୍କା ଲୁଟୁଥିବା ଲୋକଙ୍କୁ ଜେଲ ପଠାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ନିଜ ଭାଇ ଏବଂ ଭଉଣୀଙ୍କୁ କହୁଛି ଯେ, ଏଇ ମୋଦୀ ଗାଳିକୁ ଡରେ ନାହିଁ । ଦୁର୍ନୀତି କରିଥିବା ଲୋକଙ୍କ କଥା ବୁଝିବା ପାଇଁ ଜନତା କେବଳ ମୋଦୀକୁ ଦିଲ୍ଲୀକୁ ପଠାଇଛନ୍ତି । ଯେଉଁମାନେ ଗରିବଙ୍କୁ ଲୁଟିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଙ୍କ ଠାରୁ ଗୋଟି ଗୋଟି ହିସାବ ନିଆଯିବ ।

Get real time updates directly on you device, subscribe now.