fbpx

CGL ୨୦୨୩ ଗ୍ରୁପ-ବି ଓ ଗ୍ରୁପ-ସି ପରୀକ୍ଷା: OSSC ପକ୍ଷରୁ ଜାରି ହେଲା ଗୁରୁତ୍ୱପୂର୍ଣ୍ଣ ନୋଟିସ୍

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ୨୦୨୩ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଖବର । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ମିଳିବ । ଗତ ମାସ ୧୪ ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୪ ତାରିଖରେ ତାହା ସମାପ୍ତ ହେବ । ନିକଟରେ ଏହି ପଦ ସଂଖ୍ୟା ବୃଦ୍ଧି ପାଇବା ଫଳରେ ମୋଟ ପଦ ସଂଖ୍ୟା ୫୦୪ରେ ପହଞ୍ଚିଥିଲା ।

ତେବେ ସିଜିଏଲ ୨୦୨୩ ପାଇଁ ଅନଲାଇରେ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଓଏସଏସସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । କିଛି ପ୍ରାର୍ଥୀ ଅଡିଟର ପଦ ଓ ମାଥମେଟିକ୍ସ ଟେଷ୍ଟର ଆପ୍ଲିକେସନ ପାଇଁ ପ୍ରାସଙ୍ଗିକ ମାର୍କ କରିପାରିନଥିବା ଦେଖାଯାଇଛି । ତେଣୁ ଯଦି ସମ୍ଭବ ହୁଏ ସେହି ପ୍ରାର୍ଥୀମାନେ ଉକ୍ତ ତ୍ରୁଟିକୁ ସଂଶୋଧନ କରିପାରିବେ ।

ସୂଚନାଯୋଗ୍ୟ ଯେ, ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦ ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀମାନେ ନଭେମ୍ବର ୧୭ ତାରିଖ ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୮ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବେ ଓ ଓଡ଼ିଆ ଭାଷା ପରୀକ୍ଷାରେ ପାସ୍ କରିଥିବେ । ଏଥିସହିତ କମ୍ପ୍ୟୁଟର, ଇଣ୍ଟରନେଟ, ଇ-ମେଲ, ୱାର୍ଡ ପ୍ରୋସେସିଂ, ତଥ୍ୟ ସମୀକ୍ଷା, ଉପସ୍ଥାପନ ଜାଣିଥିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://www.ossc.gov.in/Public/Pages/Post_detail_information.aspx

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.