fbpx

ତାଲିବାନକୁ ସମର୍ଥନ ଭାରୀ ପଡ଼ିବ ପାକିସ୍ତାନ ପାଇଁ, କାରଣ…

ନୂଆଦିଲ୍ଲୀ: ଆଫଗାନରେ ତାଲିବାନ ଶାସନକୁ ସମର୍ଥନ କରିଛି ପାକିସ୍ତାନ । କିନ୍ତୁ ତାକୁ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ । କାରଣ ଏହା ପାକିସ୍ତାନର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ଉପରେ ପ୍ରଭାବ ପକାଇପାରେ । ଏବେବି ଲଗାତାର ଭାବରେ ଏହାର ପ୍ରତ୍ୟକ୍ଷ ବିଦେଶୀ ନିବେଶ କମିବାରେ ଲାଗିଛି । ପାକିସ୍ତାନ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷରେ ପାକିସ୍ତାନରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶରେ ଯେଉଁ ଭଳି ଭାବରେ କ୍ଷତି ଦେଖିବାକୁ ମିଳିଛି ତାହା ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଛି । ଜୁଲାଇରେ ପାକିସ୍ତାନରେ ଗତ ବର୍ଷ ତୁଳନାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶରେ ୩୯ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନର ବିଗତ ୪ ବର୍ଷର ତଥ୍ୟ ଅନୁଯାୟୀ ପାକିସ୍ତାନରେ ଏଫଡିଆଇ ଲଗାତାର କମ ହେଉଛି । ତଥ୍ୟ ଅନୁଯାୟୀ ୨୦୧୬ ରେ ପାକିସ୍ତାନର ଏଫଡିଆଇ ଷ୍ଟକ ୪୧.୯ ବିଲିୟନ ଡଲାର ରହିଥିଲା । ଯାହା ୨୦୨୦ରେ ଖସି ୩୫.୬ ବିଲିୟନ ଡଲାରରେ ପହଞ୍ଚିଥିଲା । ପାକିସ୍ତାନୀ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଉପୁଜିଥିବା ସଙ୍କଟ ପୁଣି ଥରେ ପ୍ରଭାବ ଦେଖାଇପାରେ । ଏହା ଯୋଗୁଁ ପାକିସ୍ତାନରେ ହେବାକୁ ଥିବା ପ୍ରତ୍ୟକ୍ଷ ବିଦେଶୀ ନିବେଶରେ ହ୍ରାସ ହୋଇପାରେ ।

ରିପୋର୍ଟ ଅନୁଯାୟୀ ପାକିସ୍ତାନର ରପ୍ତାନୀ ଉପରେ ହେଉଥିବା ରାଜସ୍ୱ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ଆଫଗାନିସ୍ତାନରେ ଅସ୍ଥିରତା ଯୋଗୁଁ ଏଭଳି ପରିସ୍ଥିତି ହୋଇପାରେ । ଆଫଗାନିସ୍ତାନରେ ଉପୁଜିଥିବା ସଙ୍କଟ ମଧ୍ୟରେ ପାକିସ୍ତାନ ନିଜ ସୀମା ନିକଟରେ ଶରଣାର୍ଥୀଙ୍କ ପାଇଁ କ୍ୟାମ୍ପ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି । ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରୁ ଆସିଥିବା ୩୦ ଲକ୍ଷ ଶରଣାର୍ଥୀ ରହିଛନ୍ତି ।

Get real time updates directly on you device, subscribe now.