fbpx

Asia Cup 2023: ପ୍ରଥମ ମୁକାବିଲାରେ ପାକିସ୍ତାନର ରେକର୍ଡ ବିଜୟ, ନେପାଳ ୧୦୪ ରନରେ ଅଲଆଉଟ୍

ନୂଆଦିଲ୍ଲୀ: ଏସିଆ କପ ୨୦୨୩ର ପ୍ରଥମ ମ୍ୟାଚ ମୁଲତାନଠାରେ ପାକିସ୍ତାନ ଓ ନେପାଳ ମଧ୍ୟରେ ଅୟୋଜିତ ହୋଇଥିଲା । ତେବେ ଏହି ମ୍ୟାଚରେ ନେପାଳ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ଅନ୍ୟପକ୍ଷରେ ପାକିସ୍ତାନରେ ୨୩୮ ରନର ରେକର୍ଡ ବିଜୟ ହାସଲ କରିଛି । ମ୍ୟାଚରେ ଅଧିନାୟକ ବାବର ଆଜବ ଓ ଇଫତିଖାର ଅହମଦ ଶାନଦାର ଶତକ ହାସଲ କରି ରନର ପାହାଡ଼ ଛିଡ଼ା କରିଥିଲେ ।

ଟସ୍ ଜିତି ପ୍ରଥମେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ପାକିସ୍ତାନ ଅଧିନାୟକ ବାବର । ୨୫ ରନରେ ୨ଟି ୱିକେଟ ହରାଇ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲେ ହେଁ ପରବର୍ତ୍ତୀ ସମୟରେ ଦଳ ଆଗକୁ ବଢ଼ିଥିଲା । ବାବର ୧୫୧ ରନ କରିଥିବା ବେଳେ ଇଫତିକାର ୧୦୯ର ଦ୍ରୁତ ଇନିଂସ ଖେଳି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିଜୱାନ ୪୪ ରନ୍ ସଂଗ୍ରହ କରିଥିଲେ । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୪୨ ରନ୍ ସଂଗ୍ରହ କରିଥିଲା । ନେପାଳ ପକ୍ଷରୁ ସୋମ୍ପାଲ କାମି ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ନେପାଳ ୨୩.୪ ଓଭରରେ ମାତ୍ର ୧୦୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଦଳର ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ ୩ ଅଙ୍କ ଟପିପାରିଥିଲେ । ସୋମ୍ପାଲ ସର୍ବାଧିକ ୨୮ ରନ, ଅରିଫ ଶୈଖ ୨୬ ଓ ଗୁଲସନ ଝା ୧୩ ରନ୍ ସଂଗ୍ରହ କରିଥିଲେ । ଦଳର ୩ ଜଣ ବ୍ୟାଟ୍ସମ୍ୟାନ ଖାତି ଖୋଲି ପାରିନଥିଲେ । ପାକିସ୍ତାନ ପକ୍ଷରୁ ଶଦାବ ଖାନ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ସାହୀନ ଆଫ୍ରିଦି ଓ ହାରିଦ ରୌଫ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.