fbpx
BJD SKY
BJD SKY

ବିପିନ ରାୱତଙ୍କ ବିୟୋଗରେ ପାକିସ୍ତାନୀ ସୈନ୍ୟଙ୍କ ଟ୍ୱିଟ୍; କହିଲେ ଏମିତି

BJD

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣହରାଇଥିବା ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ, ଏବଂ ବରିଷ୍ଠ ସେନାକର୍ମଚାରୀ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଜନେତା, ସେନା, ସାଧାରଣ ନାଗରିକ ସମସ୍ତେ ସିଡିଏସଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହାରି ମଧ୍ୟରେ ବିପିନ୍ ରାୱତଙ୍କ ମୃତ୍ୟୁକୁ ନେଇ ଭାରତୀୟ ସେନାର ପୂର୍ବତନ ଅଧିକାରୀ ଏବଂ ପାକିସ୍ତାନୀ ସେନାର ପୂର୍ବ ମେଜରଙ୍କ ମଧ୍ୟ ଟ୍ୱିଟରରେ ହୋଇଥିବା କଥାବାର୍ତ୍ତା ଭାଇରାଲ ହେବାରେ ଲାଗିଛି । ଟ୍ୱିଟର ୟୁଜର୍ସମାନେ ପାକିସ୍ତାନ ମେଜରଙ୍କ ପ୍ରଂଶସା କରିଛନ୍ତି ।

ଭାରତର ପୂର୍ବ ଯୁଦ୍ଧ ବ୍ରିଗେଡିୟର ଆର.ଏସ. ପଠାନିଆ ସିଡିଏସ ରାୱତଙ୍କ ବିୟୋଗରେ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଆଉ ତାଙ୍କର ଏହି ଟ୍ୱିଟରେ ପାକିସ୍ତାନ ପୂର୍ବତନ ମେଜର ଆଦିଲ ରାଜା ମଧ୍ୟ ଟ୍ୱିଟ କରି ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଯାହାର ଉତ୍ତରରେ ଆର.ଏସ୍ ପଠାନିଆ କହିଥିଲେ ‘ଧନ୍ୟବାଦ ଜଣେ ସୈନିକଙ୍କ ଠାରୁ ଏହା ହିଁ ଆଶା କରାଯାଏ । ତୁମକୁ ସ୍ୟାଲୁଟ୍ ।’

ଆଦିଲ ରାଜ ଆହୁରି କହିଥିଲେ ଜଣେ ସୈନିକ ଭାବରେ ଏମିତି କରିବା ଭଲ କଥା । ଏହା ସହ ସେ ଏକ ପଞ୍ଜାବୀ ଲୋକକଥା ମଧ୍ୟ କହିଥିଲେ । ଯାହାର ଉତ୍ତରରେ ପଠାନିଆ କହିଥିଲେ ଏହା ପ୍ରକୃତରେ ଭଲ ଚିନ୍ତାଧାରା । ‘ଆପଣଙ୍କୁ ପୁଣିଥରେ ଧନ୍ୟବାଦ, ଆମେ କେବଳ ଯୁଦ୍ଧ କ୍ଷେତ୍ରରେ ଶତ୍ରୃ । ଏହା ଛଡ଼ା ଆମେ ଯଦି ବନ୍ଧୁ ହୋଇପାରିବାନାହିଁ ତେବେ ପରସ୍ପର ପ୍ରତି ସଭ୍ୟ ରହିପାରିବା ।’

Get real time updates directly on you device, subscribe now.