fbpx

ସମୁଦ୍ର କୂଳରେ ଶାହରୁଖଙ୍କ ପ୍ରତିଛବି: ପାକିସ୍ତାନୀ କଳାକାର ଦେଲେ ଏମିତି ଉପହାର

ନୂଆଦିଲ୍ଲୀ: ବଲିଉଡ ବାଦଶାହ ଶାହରୁଖ ଖାନ ବର୍ତ୍ତମାନ ‘ମନ୍ନତ’ରେ ନୁହେଁ, ଆଉ ଏକ ସ୍ଥାନରେ ଦେଖା ଯାଇଛନ୍ତି । ପାକିସ୍ତାନର ଏକ ସମୁଦ୍ର କୂଳରେ କିଙ୍ଗ ଖାନଙ୍କୁ ସ୍ଥାନ ଦେଇଛନ୍ତି ଜଣେ ପ୍ରତିଭାବାନ କଳାକାର । ପାକିସ୍ତାନରେ ଶାହରୁଖଙ୍କ ସିନେମା ଉପରେ ବ୍ୟାନ ଲଗା ଯାଉଥିଲେ ବି ସେଠାରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଖୁବ ଅଧିକ ରହିଛି । ଯାହାର ଏକ ଝଲକ ଦେଖିବାକୁ ମିଳିଛି ଗଡାନୀ ବିଚ୍ ରେ । ଏଠାକାର କିଛି କଳାକାର ସମୁଦ୍ର କୂଳ ବାଲିରେ ଶାହରୁଖଙ୍କ ପ୍ରତିଛବି ପ୍ରସ୍ତୁତ କରିଛନ୍ତି । ଏହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମୀର ଶୌକତ ନାମକ ଜଣେ ଚିତ୍ରଶିଳ୍ପୀ ଶାହରୁଖଙ୍କ ଏହି ଚିତ୍ରକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । କ୍ୟାପ୍ସନରେ ସେ ଲେଖିଛନ୍ତି ଯେ, ଶାହରୁଖଙ୍କ ସବୁଠୁ ବଡ ସ୍କେଚ ତିଆରି କରି ମୋ ଟିମ୍ କିଙ୍ଗ ଖାନଭ୍କୁ ଉପହାର ଦେଇଛୁ । ଫଟୋରେ ଶାହରୁଖଙ୍କ ଏହି ବିଶାଳ ଚିତ୍ର ସ୍ପଷ୍ଟ ଦେଖାଯାଉଛି । ଡ୍ରୋନ ସାହାଯ୍ୟରେ ଏହାର ଫଯୋ ନେଇଥିବା ବେଳେ ଚିତ୍ର ପାଖରେ ବାଲିରେ କିଛି ଲୋକ ଠିଆ ହୋଇଥିବା ଦେଖାଯାଇଛି । ସେହିପରି ଅନ୍ୟ ଏକ ଫଟୋରେ ସୂର୍ଯ୍ୟାସ୍ତ ସମୟରେ କିଛି ଡଙ୍ଗା କୂଳକୁ ଫେରୁଥିବାର ଦୃଶ୍ୟ ଖୁବ ସୁନ୍ଦର ଦିଶୁଛି । ଶାହରୁଖଙ୍କ ପୂର୍ବରୁ ଆହୁରି ଅନେକ ଜଣ ସେଲିବ୍ରିଟିଙ୍କର ଚେହେରାକୁ ବାଲିରେ ନିଜ କଳା ମାଧ୍ୟମରେ ସ୍ଥାନ ଦେଇଛନ୍ତି ।

ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାରତୀୟ ୟୁଟ୍ୟୁବର ଆଶୀଷ ଚଞ୍ଚଳାନୀ ଏବଂ କେରୀମିନତୀଙ୍କ ସାଣ୍ଡ ଆର୍ଟ ମଧ୍ଞ ଦେକିବାକୁ ମିଳିବ । ଏ ସମସ୍ତ ପୋଷ୍ଟରେ କଳାକାରଙ୍କ ପ୍ରତିଭାକୁ ଖୁବ ପ୍ରଶଂସା କରିଛନ୍ତି କୋଟି କୋଟି ୟୁଜର୍ସ । ତେବେ କିଛି ଲୋକ ଏହାକୁ ଟ୍ରୋଲ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ବର୍ତ୍ତମାନ ଶାହରୁଖଙ୍କ ଏହି ଚିତ୍ର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.