fbpx

ଦେଶଦ୍ରୋହୀ ମୀର ଜାଫର କିଏ, ଯେଉଁ କାରଣରୁ ବ୍ରିଟିଶମାନେ ଭାରତ ଦଖଲ କରିଥିଲେ, ପ୍ରିୟଙ୍କା ଗାନ୍ଧୀ ତାଙ୍କ ନାମ କାହିଁକି ନେଲେ?

ନୂଆଦିଲ୍ଲୀ : ଦିଲ୍ଲୀର ରାଜଘାଟରେ ସାଙ୍କଳ୍ପ ସତ୍ୟାଗ୍ରାହ ସମୟରେ ପ୍ରିୟଙ୍କା ଗାନ୍ଧୀ ମୋଦୀ ସରକାରକୁ ଟାର୍ଗେଟ କରି ଇତିହାସ ବଖାଣିଛନ୍ତି । ପ୍ରିୟଙ୍କା କହିଛନ୍ତି କେନ୍ଦ୍ରର ମନ୍ତ୍ରୀମାନେ ଗାନ୍ଧୀ ପରିବାରକୁ ଅପମାନିତ କରିଛନ୍ତି। ମୋ ପରିବାର ଏହି ଦେଶର ଗଣତନ୍ତ୍ରକୁ ରକ୍ତ ଦେଇଛି। ଶହୀଦ ପିତାଙ୍କ ପୁଅକୁ ଦେଶଦ୍ରୋହୀ କୁହାଗଲା। ତାଙ୍କୁ ମିର ଜାଫର ସହ ତୁଳନା କରାଗଲା । ବିଜେପି ଦଳ ସବୁବେଳେ ଆମ ପରିବାରକୁ ଅପମାନିତ କରୁଥିଲେ। ସଂସଦରେ ମୋ ଭାଇ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରି କହିଥିଲେ ଯେ ମୁଁ ଆପଣଙ୍କୁ ଘୃଣା କରେ ନାହିଁ, କେବଳ ଆମର ବିଚାରଧାରା ଭିନ୍ନ ଏବଂ ତାହା ଘୃଣ୍ୟ ନୁହେଁ।

ତେବେ ପ୍ରଶ୍ନ ହେଉଛି ମୀର ଜାଫର କିଏ?
ବ୍ରିଟିଶମାନେ ଭାରତକୁ ପ୍ରାୟ ୨୦୦ ବର୍ଷ ଶାସନ କରିଥିଲେ। ଇତିହାସରେ ମୀର ଜାଫର ଏପରି ଦେଶଦ୍ରୋହୀ ଥିଲା, ଯାହା ପାଇଁ ବ୍ରିଟିଶମାନେ ଦେଶକୁ ଗୁଲାମ କରି ରଖିଥିଲେ ।

ମୀର ଜାଫର କିଏ ଏବଂ ସେ କିପରି ହେଲେ କୁଖ୍ୟାତ?
ମୀର ଜାଫର ହେଉଛନ୍ତି ସେହି ବ୍ୟକ୍ତି ଯିଏକି ବଙ୍ଗଳାର ନବାବ ସିରାଜୁଦୁଲାଙ୍କ ସହ ବିଶ୍ୱାସଘାତକତା କରିଥିଲେ। ସେହି ଧୋକ୍କାର ପରିଣାମ ସ୍ୱରୂପ ବ୍ରିଟିଶ ସରକାର ଦେଶ ଉପରେ ଅତ୍ୟାଚାର କରିଥିଲା । ଏହି କାରଣରୁ ମୀର ଜାଫରଙ୍କ ବଦନାମ ହୋଇଥିଲା । ତେଣୁ ଲୋକମାନେ ନିଜ ପିଲା ନାମ ମୀର ଜାଫର ରଖିବାକୁ କୁଣ୍ଠାବୋଧ କରୁଥିଲେ । ଏହିପରି, ଯେତେବେଳେ ବିଶ୍ୱାସଘାତକତା ଉଦାହରଣ ଦିଆଯାଏ, ସେତେବେଳେ ମିର ଜାଫରଙ୍କ ନାମ ଉଠେ ।

ମିର୍ଜା ମହମ୍ମଦ ସିରାଜୁଦୁଲାଙ୍କୁ ବଙ୍ଗଳାର ଶେଷ ନବାବ କୁହାଯାଏ ଜ୍ଝ ଜେଜେବାପାଙ୍କ ମୃତ୍ୟୁ ପରେ ସେ ବଙ୍ଗଳାର ଶାସନ ଭାର ପାଇଥିଲେ । ମାତ୍ର ୨୩ ବର୍ଷ ବୟସରେ ସେ କ୍ଷମତା ଆସିଲା ପରେ ମୀର ଜରାଫଙ୍କୁ ସେନାପତି ପଦବୀରୁ ହଟାଇ ମୀର ମଦନଙ୍କୁ ଏହି ପଦ ଦେଇଥିଲେ । ଏହି ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ ମୂଳଦୁଆ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିଲା । ମୀର ଜାଫର ଏଥିରେ କ୍ରୋଧିତ ହୋଇ ବ୍ରିଟିଶମାନଙ୍କ ବିଭୀଶଣ ପାଲଟିଥିଲେ ।

ମୀର ଜାଫର ଠାରୁ ସମସ୍ତ ସୂଚନା ନେଇ ବ୍ରିଟିଶମାନେ ବଙ୍ଗଳା ଉପରେ ଆକ୍ରମଣ କରିଥିଲେ । ସିରାଜୁଦୁଲା ନିଜର ସମସ୍ତ ସେନାଙ୍କୁ ଏଥିରେ ନିୟୋଜିତ କରିପାରିନଥିଲେ । କାରଣ ଉତ୍ତର ଓ ପଶ୍ଚିମରେ ଆନ୍ୟ ରାଜ୍ୟ ଆକ୍ରମଣର ଭୟ ଥିଲା । ଏହି ଆକ୍ରମଣରେ ସେନାପତି ମୀର ମଦନଙ୍କ ମୃତ୍ୟୁ ହେଲା । କିଛି ଉପାୟ ନ ପାଇ ସିରାଜୁଦୁଲା ମିର ଜାଫର ଉପଦେଶ ଲୋଡିଥିଲେ । ସେ କହିଥିଲେ, ଏହି ସମୟରେ ଯୁଦ୍ଧ ପ୍ରତ୍ୟାହାର କରି ନେବା ଠିକ୍ ହେବ । ତଙ୍କ କଥା ମନିଥିଲେ ନୱାବ ସିରାଜୁଦୁଲା, ଯାହା ଜୀବନର ସବୁଠାରୁ ବଡ ଭୁଲ୍ ଥିଲା । ସିରାଜୁଦୁଲା ଯୁଦ୍ଧ କ୍ଷେତ୍ରରୁ ଓହରି ଯାଇଥିଲେ ମଧ୍ୟ ବିଟ୍ରିଶମୋନେ ଯୁଦ୍ଧ ଜାରି ର୍‌ଖିଥିଲେ ଏବଂ ନବାବଙ୍କ ସମସ୍ତ ସ୍ରେନ୍ୟମାନଙ୍କୁ ବ୍ରିଟିଶ ହତ୍ୟା କରିଥିଲା । ନବାବ୍ ରାଜ୍ୟ ଛାଡି ପଳାଇଥିଲେ ।

ମୀର ଜାଫର ବଙ୍ଗଳାର ନବାବ୍ ହେଲା । ବେଶୀ ଦୀନ ସିରାଜୁଦୁଲା ଲୁଚି ରହି ପାରିଲେ ନାହିଁ, ବ୍ରିଟିଶମାନେ ତାଙ୍କୁ ଖୋଜିି ବାହାର କରିଥିଲେ । ମୀର ଜାଫର ପୁଅ ମୀର ମୀରନ ସିରାଜୁଦୁଲାଙ୍କୁ ହତ୍ୟା ଆଦେଶ ଦେଇଥିଲା । ୧୭୫୭ ଜୁଲାଇ ୨ ରେ ସିରାଜୁଦୁଲାଙ୍କୁ ଫାଶୀ ଦିଆଯାଇଥିଲା ।

Get real time updates directly on you device, subscribe now.