fbpx
BSKY
BJD YOUTH SKY
BJD MS SKY

(Video) କି ବିରଳ ମମତା: ଜନ୍ମ ନେବା ପରେ ପରେ ମାଆକୁ ଜାବୁଡ଼ି ଧରିଲା ନବଜାତ, ଛାଡ଼ିବାର ନାଁ ଜମା ଧରିଲାନି

ନୂଆଦିଲ୍ଲୀ: ଏ ଦୁନିଆରେ ମାଆକୁ ସର୍ବୋଚ୍ଚ ଆସନ ଦିଆଯାଇଥାଏ । ଗୋଟିଏ ଛୁଆ ପାଇଁ ଗୋଟିଏ ମାଆ ଯାହା କରିଥାଏ ସେ ଋଣକୁ ସାତଜନ୍ମରେ ବି କେହି ସୁଝି ପାରିବେ ନାହିଁ ବୋଲି କୁହାଯାଇଥାଏ । ଗୋଟିଏ ନାରୀ ପାଇଁ ମାତୃତ୍ୱ ଲାଭ କରିବା ଦୁନିଆର ସବୁଠାରୁ ବଡ଼ ଖୁସି ହୋଇଥାଏ । ଗୋଟିଏ ସନ୍ତାନକୁ ଜନ୍ମ ନେବା ପରେ ମାଆର ଅନୁଭବକୁ ଶବ୍ଦରେ ପରିପ୍ରକାଶ କରିବା ଏକ ମୁସ୍କିଲ କାର୍ଯ୍ୟ । ଏହି ଖୁସିର ସୀମା ଏତେ ବ୍ୟାପ୍ତ ଯେ, ମାଆ ଆଖିରୁ ଲୁହ ବୁନ୍ଦା ଝରିପଡ଼ିଥାଏ ।

ତେବେ ଗୋଟିଏ ସନ୍ତାନର ଜନକ ହେବା ପରେ ଜଣେ ମାଆ ଯେତିକି ଖୁସି ହୋଇଥାଏ ଜଣେ ପିତା ମଧ୍ୟ ସେତିକି ଖୁସି ହୋଇଥାଏ । ନିଜର ସନ୍ତାନକୁ ପ୍ରଥମ ଥର ଦେଖିବା ପରେ ସତେ ଯେମିତି ଆଖି ଅସ୍ଥିର ହୋଇଉଠେ । ତେବେ ନିକଟରେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗଛି । ମାଆ-ସନ୍ତାନର ଏହି ହୃଦୟସ୍ପର୍ଶୀ ଭିଡିଓ ଦେଖିବା ପରେ ଆପଣ ବି ନିଜ ଆଖିକୁ ନିୟନ୍ତ୍ରଣ ରଖିପାରିବେ ନାହିଁ ।

ଜଣାପଡ଼ିଛି ଯେ, ଗୋଟିଏ ନବଜାତ ଜନ୍ମ ହେଉ ହେଉ ନିଜ ମାଆକୁ ଜାବୁଡ଼ି ଧରିଥିଲା ଓ ସେ ମାଆକୁ ଜମା ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ତେବେ ନିଜ ସନ୍ତାନ ମାଆକୁ କୋଳାଗ୍ରତ କରିବା ଜଣେ ଜନ୍ମଯାତ୍ରୀଙ୍କୁ କେତେ ଖୁସି ଦେଇଥାଏ ତାହା ଉକ୍ତ ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ଭିଡିଓରେ ଶିଶୁଟି ନିଜ ମାଆକୁ ଜାବୁଡ଼ି ଧରି କାନ୍ଦୁଥିବା ବେଳେ, ଛାଡ଼ିବାର ନାଁ ଧରୁନଥିଲା । ଏହି ସମୟରେ ଶିଶୁର ଏହି ଭାବପ୍ରବଣତା ଦେଖି ମାଆ ନିଜର ଆଖି ବନ୍ଦ କରିଦେଇଥିଲା । ବାସ୍ତବରେ ଏପରି ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳିଥାଏ ।

ସାଧାରଣ ଭାବେ ଗୋଟିଏ ଶିଶୁ ଜନ୍ମ ଲାଭ କରିବା ପରେ ମାଆକୁ ଧରିବା ତ ଦୂରର କଥା ହାତ-ଗୋଡ଼ ବି ହଲାଇ ପାରିନଥାଏ । ମାତ୍ର ଏହି ଭିଡିଓରେ ଏକ ବିରଳ ଭାବପ୍ରବଣତାପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି । ୨୨ ସେକେଣ୍ଡର ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୮୮ ହଜାରରୁ ଅଧିକ ଥର ଦେଖା ସରିଲାଣି । ଏଥିସହିତ ୧୬ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଭିଡିଓ ଦେଖିବା ପରେ ୟୁଜର୍ସ ଅନେକ କମେଣ୍ଟ ମଧ୍ୟ ଦେବାକୁ ଭୁଲି ନାହାନ୍ତି ।

Get real time updates directly on you device, subscribe now.