fbpx

DL ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କୁ ଦିଆଯିବ ତାଲିମ୍: ଅଟୋମୋବାଇଲ ସଂସ୍ଥାକୁ ରାଜ୍ୟ ପରିବହନ ବିଭାଗର ଚିଠି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆୟୋଜନ କରଯାଇ ଗାଡ଼ି ଚାଳକଙ୍କୁ ସଚେତନ କରାଯାଉଥିଲେ ହେଁ ଦୁର୍ଘଟଣା କ୍ଷେତ୍ରରେ କୌଣସି ସୁଫଳ ମିଳୁନାହିଁ । ତେବେ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ପରିବହନ ବିଭାଗ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏଣିକି ତାଲିମ୍ କାର୍ଯ୍ୟକ୍ରମ ମାଧ୍ୟମରେ ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କୁ ସଡ଼କ ନିରାପତ୍ତା ସମ୍ପର୍କରେ ସଚେତନ କରାଯିବ ।

ଗତ ୧୦ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୫ ହଜାର ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଦେଶରେ ବର୍ଷକୁ ଦେଢ଼ଲକ୍ଷ ଲୋକ ପ୍ରାଣ ହରାଉଥିବା ବେଳେ ଅନେକ ଆହତ ହେଉଛନ୍ତି । ସେଥିପାଇଁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ‘ସୋସାଇଟି ଫର ଅଟୋମୋବାଇଲ ମାନୁଫାକଚର୍ସ’ ନିକଟକୁ ଚିଠି ଲେଖାଯାଇଛି ।

ଅଟୋମୋବାଇଲ ଉତ୍ପାଦନକାରୀଙ୍କ ଅଭିଜ୍ଞତା ଓ ଜ୍ଞାନକୌଶଳକୁ ପ୍ରୟୋଗ କରି ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ପରିବହନ ବିଭାଗ ପ୍ରୟାସ ଆରମ୍ଭ କରିଛି । ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ହେଉଥିବା କ୍ଷେତ୍ରସ୍ତରୀୟ ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କୁ ସଡ଼କ ସୁରକ୍ଷା ଉପରେ ଟ୍ରେନିଂ ପ୍ରଦାନ କରାଯିବ । ଏନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଆସନ୍ତା ମାସରେ ଅଟୋମୋବାଇଲ ଉତ୍ପାଦନକାରୀଙ୍କ ସହିତ ଭର୍ଚୁଆଲ ଆଭାସୀ ଜରିଆରେ ବୈଠକରେ ଆଲୋଚନା କରିବେ ।

Get real time updates directly on you device, subscribe now.