fbpx
BSKY
BJD YOUTH SKY
BJD MS SKY

୨୭ ତାରିଖରୁ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା: କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ନୋଟିସ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୨୭ ତାରିଖରୁ ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୧୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ପଞ୍ଜିକରଣ ପ୍ରକ୍ରିୟା ଜାରି ରହିବ । ଏହାପରେ ୨୧ ତାରିଖରୁ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।

ଏପ୍ରିଲ ୧୭ ତାରିଖରେ ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ୨୦ ତାରିଖରେ ଛାତ୍ରଛାତ୍ରୀଙ୍କ ଚୟନ ତାଲିକା ସହ ୱେଟିଂ ଲିଷ୍ଟ ପ୍ରକାଶ ପାଇବ । ଏହାପରେ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ୨୧ ତାରିଖରୁ ନାମଲେଖା ଆରମ୍ଭ ହେବ । ସେହିପରି ଏପ୍ରିଲ ୨୮ ତାରିଖରୁ ବଳକା ସିଟ ପାଇଁ ଦ୍ୱିତୀୟ ପଯ୍ୟାୟରେ ନାମଲେଖା ହେବ ଏବଂ ଏହାପରେ ମଧ୍ୟ ଯଦି ସିଟ୍ ବଳକା ରହିଯାଏ, ତେବେ ମେ’ ୫ ତାରିଖରେ ତୃତୀୟ ସିଲେକ୍ସନ ଏିଷ୍ଟ ଦ୍ୱାରା ନାମଲେଖା ହେବ । ଅନ୍ୟ ପକ୍ଷରେ ଅନଲାଇନରେ ଆବଶ୍ୟକ ସଂଖ୍ୟକ ଆବେଦନକାରୀ ଆବେଦନ ନ କଲେ ଅଫଲାଇନରେ ନାମଲେଖା ପାଇଁ ମେ’ ୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ତେବେ ଏହାପରେ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏପ୍ରିଲ ୩ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇ ଏପ୍ରିଲ ୧୩ ତାରିଖରେ ଶେଷ ହେବ । ଏପ୍ରିଲ ୧୭ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବା ସହିତ ୧୮-୨୯ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲୁ ରହିବ । ତେବେ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ସରିବା ପରେ ଅନ୍ୟ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏହାର ସମସ୍ତ ବିବରଣୀ ପାଇବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ୱେବସାଇଟ https://kvsangathan.nic.inକୁ ଫଲୋ କରିପାରିବେ ।

Get real time updates directly on you device, subscribe now.