fbpx

IGNOU ଦେଉଛି ୨୦୦ Typist ଚାକିରି: ଇଂରାଜୀ ଟାଇପିଙ୍ଗ ଜାଣିଥିଲେ ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ସୁଯୋଗ ଆସିଛି । ୨୦୦ଟି ଟାଇପିଷ୍ଟ ପଦ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ମାର୍ଚ୍ଚ ମାସ ୨୨ ତାରିଖରୁ ଏପ୍ରିଲ ମାସ ୨୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀମାନେ ଏପ୍ରିଲ ମାସ ୨୧-୨୨ ତାରିଖ ମଧ୍ୟରେ ଆପ୍ଲିକେସନ ସଂଶୋଧନ କରିପାରିବେ । ଚଳିତ ବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଜୁନିୟର ଆସିଷ୍ଟାଷ୍ଟ କମ୍ ଟାଇପିଷ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଯୁକ୍ତଦୁଇ ପାସ କରିବା ସହ ଇଂରାଜୀରେ ଘଣ୍ଟା ପ୍ରତି ୪୦ଟି ଶବ୍ଦ ଓ ହିନ୍ଦିରେ ଘଣ୍ଟା ପ୍ରତି ୩୫ଟି ଶବ୍ଦ ଟାଇପିଂ କରିପାରୁଥିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://examinationservices.nic.in/recsys23/root/Home.aspx?enc=Ei4cajBkK1gZSfgr53ImFYCztFlNKyqcTW1qzg34UFs9mm1k9K882sSFo9l2HtuD

ନୋଟିଫିକେସନ ଲିଙ୍କ: https://recruitment.nta.nic.in/WebInfoIgnou/File/ViewFile?FileId=7&LangId=P

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.ignou.ac.in/

Get real time updates directly on you device, subscribe now.