fbpx

ନବରାତ୍ରି ସ୍ପେଶାଲ୍ : ରେଷ୍ଟୁରାଣ୍ଟର ସର୍ଭିସରେ ଲୋକମାନେ ଆଶ୍ଚର୍ଯ୍ୟ, ମିଳୁଛି ୧୦୦% ଭେଜ୍ ଚିକେନ୍ !

ନୂଆଦିଲ୍ଲୀ : ବର୍ତ୍ତମାନ ହିନ୍ଦୁମାନଙ୍କର ପବିତ୍ର ନବରାତ୍ରୀ ପର୍ବ ଚାଲିଛି । ଏହି ସମୟରେ ଲୋକମାନେ ଶାକାହାରୀ ଖାଦ୍ୟ ଖାଉଛନ୍ତି । ଏପରିକି ଅନେକ ରେଷ୍ଟୁରାଣ୍ଟ ଏବଂ ଢାବା କିମ୍ବା ଦୋକାନୀମାନେ ମାଂସାହାରୀ ଖାଦ୍ୟ ବିକ୍ରୟରୁ ନିବୃତ୍ତ ରହୁଛନ୍ତି । କିନ୍ତୁ ନିକଟରେ ଏକ ଟୁଇଟର ବ୍ୟବହାରକାରୀଙ୍କ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ୱିଟର ବ୍ୟବହାରକାରୀ ଅନୀତା ‘୧୦୦% ଭେଜ ବଟର ଚିକେନ୍’ ବିକ୍ରି କରୁଥିବା ଏକ ରେଷ୍ଟୁରାଣ୍ଟର ସ୍କ୍ରିନସଟ୍ ସେୟାର କରିଛନ୍ତି … । ଆଜ୍ଞା ହଁ ! ଆପଣମାନେ ଠିକ୍ ପଢୁଛନ୍ତି ।

 

ଟ୍ୱିଟର ବ୍ୟବହାରକାରୀ କ୍ୟାପସନ୍ ଲେଖିଛନ୍ତି ଯେ, ପତ୍ତା ଲଗାନ୍ତୁ ଏଥିରେ ଭୁଲ କେଉଁଠି ? ଅନଲାଇନ୍ ରେଷ୍ଟୁରାଣ୍ଟର ସ୍କ୍ରିନ୍ ସଟ୍ ଦେଇଛନ୍ତି । ଯେଉଥିରେ ଲେଖା ଅଛି ୧୦୦% ଭେଜ୍ ବଟର ଚିକେନ୍…’

ଏହି ଟୁଇଟ୍ ପରେ, କିଛି କ୍ଷଣ ପାଇଁ, ଖାଦ୍ୟପ୍ରେମୀ ଏବଂ ଟ୍ୱିଟର ବ୍ୟବହାରକାରୀମାନେ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଗଲେ ଯେ… ଭେଜ୍ ଚିକେନ୍…ଏହା କିପରି ହୋଇପାରେ ।

ଏହି ଟୁଇଟର ଜବାବ ଦେଉଥିବାବେଳେ ଅନ୍ୟ ଜଣେ ଉପଭୋକ୍ତା ଏକ ଅନଲାଇନ୍ ରେଷ୍ଟୁରାଣ୍ଟର ସ୍କ୍ରିନ ଶଟ୍ ସେୟାର୍ କରିଛନ୍ତି, ଯେଉଁଥିରେ ଏହା ଲେଖାଯାଇଛି .. ‘ଭେଜ୍ ଟାୱା ଚିକେନ୍’…

ଅନ୍ୟ କିଛି ଟ୍ୱିଟର ବ୍ୟବହାରକାରୀମାନେ ମଧ୍ୟ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି ।

Get real time updates directly on you device, subscribe now.