fbpx

WPL ରନର୍ସ ଅପ୍ ଟିମକୁ ମିଳିବ ୩ କୋଟି: ଚମ୍ପିଆନଙ୍କୁ କେତେ?

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଆଜି ବାଜିବ ଫାଇନାଲ ବିଗୁଲ । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାତେଇବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ମଧ୍ୟରେ ହେବ ଘମାଘୋଟ ଫାଇଟ । ସେଥିପାଇଁ ସଜେଇ ହୋଇସାରିଛି ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମ । ତେବେ ଆପଣ ଜାଣିଛନ୍ତି କି ଏହି ଟୁର୍ଣ୍ଣାମେଣ୍ଟର ବିଜେତା ଏବଂ ଉପବିଜେତାଙ୍କୁ କେତେ ଟଙ୍କାର ପ୍ରାଇଜ ମନି ପ୍ରଦାନ କରାଯିବ? ଟ୍ରଫି ସହ ଆଉ କେଉଁ ପୁରସ୍କାର ପାଇବେ ଆଜିର ଦୁଇ ଫାଇନାଲିଷ୍ଟ?

WPL Final: Battle of supremacy between leaders, all-rounders and teenagers  | Sports News,The Indian Express

ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଫାଇନାଲ ମ୍ୟାଚ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଏମାନଙ୍କ ପାଇଁ ବଡ ଆମାଉଣ୍ଟର ପୁରସ୍କାର ରଖିଛି ବିସିସିଆଇ । ତେବେ ତୃତୀୟ ଦଳ ଅର୍ଥାତ ଏଲିମିନେଟରରେ ମୁମ୍ବାଇଠାରୁ ପରାସ୍ତ ହୋଇଥିବା ପୁଣେ ୱାରିୟର୍ସକୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ । ତୃତୀୟ ସ୍ଥାନରେ ରହିଥିବା ପୁଣେ ୱାରିୟର୍ସକୁ ଆୟୋଜକ ବିସିସିଆଇ ଏକ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ । ସେହିପରି ଆଜିର ଫାଇନାଲ ମ୍ୟାଚ ପରେ ବିଜେତା ଏବଂ ଉପବିଜେତା ମଧ୍ୟ ପାଇଯିବ ଏହି ଟୁର୍ଣ୍ଣାମେଣ୍ଟ । ପ୍ରଥମ ସଂସ୍କରଣର ରନର୍ସ ଅପ୍ ଦଳକୁ ବିସିସିଆଇ ପକ୍ଷରୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ ।

Women's Premier League (WPL) 2023 Final: Mumbai Indians MI vs Delhi  Capitals, The Countdown Begins

ଉଦଘାଟନୀ ସିଜନର ଚମ୍ପିଆନ ତଥା ଟାଇଟଲ ବିଜେତା ଦଳକୁ ଏକ ବଡ ରାଶି ପୁରସ୍କାର ଭାବରେ ପ୍ରଦାନ କରିବ ବିସିସିଆଇ । ମହିଳା ପ୍ରିମିୟର ଲିଗର ଟ୍ରଫି ସହ ଦଳକୁ ୬ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ତେବେ ଏହାପରେ ଚତୁର୍ଥ ସ୍ଥାନରେ ରହିଥିବା ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଏବଂ ୫ ନମ୍ବରର ଗୁଜୁରାଟ ଜିଆଣ୍ଟସକୁ କୌଣସି ପୁରସ୍କାର ରାଶି ପ୍ରଦାନ କରାଯିବ ନାହିଁ । ପ୍ରଥମ ସଂସ୍କରଣରେ ଉଭୟ ଦଳ ଖାଲି ହାତରେ ଫେରିଛନ୍ତି । ଏହା ବ୍ୟତୀତ ସମ୍ପୂର୍ଣ୍ଣ ସିଜନରେ ଦମଦାର ପ୍ରଦର୍ଶନ ଖେଳାଳିମାନଙ୍କୁ ମଧ୍ୟ ପୁରସ୍କାର ଦିଆଯିବ । ଆଇପିଏଲ ଭଳି ଅରେଞ୍ଜ କ୍ୟାପ, ପର୍ପଲ କ୍ୟାପ ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯିବା ସହ ମୋଷ୍ଟ ଭ୍ୟାଲ୍ୟୁଏବଲ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟଙ୍କ ମଧ୍ୟ ମୋଟା ଅଙ୍କର ପୁରସ୍କାର ରାଶି ପ୍ରଦାନ କରାଯିବ ।

Get real time updates directly on you device, subscribe now.