fbpx

ଏକରୁ ଦୁଇ ଘଣ୍ଟା ଭିଜାଇ ରଖିବା ପରେ ଖାଆନ୍ତୁ ଆମ୍ବ, ନହେଲେ ଭୋଗି ପାରନ୍ତି ଏହି ଅସୁବିଧା

ନୂଆଦିଲ୍ଲୀ : ଫଳର ରାଜା ଆମ୍ବ । ଏମିତି କୌଣସି ବ୍ୟକ୍ତି ନାହିଁ, ଯାହାକୁ ଆମ୍ବର ସ୍ୱାଦ ପସନ୍ଦ ନ ଥିବ । ଗ୍ରୀଷ୍ମ ଆସିବା ମାତ୍ରେ ବଜାରରେ ଏହି ରସଯୁକ୍ତ ମିଠା ଫଳର ଚାହିଦା ବଢିଯାଏ । ଏହି ଫଳ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଜାଣିବା ଅତ୍ୟନ୍ତ ଜରୁରୀ, ଯାହା ମିଠା ସ୍ୱାଦ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଲାଭଦାୟ ହୋଇଥରଏ । ଏଠାରେ ଆମେ ଆପଣଙ୍କୁ ଭିଜାଯାଇ ଥିବା ଆମ୍ବ ଖାଇବାର ଉପକାରିତା ବିଷୟରେ କହିବାକୁ ଯାଉଛୁ ।

-ଯଦି ଆପଣ ଏହି ଫଳକୁ ଏକରୁ ଦୁଇ ଘଣ୍ଟା ପାଣିରେ ଭିଜାଇ ରଖି ଖାଇବେ , ତେବେ ଏହା ଅନେକ ରୋଗରୁ ଦୂରେଇ ରଖିଥାଏ । ଏହା ଚର୍ମ ସମସ୍ୟା ସୃଷ୍ଟି କରିବ ନାହିଁ । ଏହି ଫଳକୁ ନ ଭିଜାଇ ଖାଇବା ଦ୍ୱାରା ମୁହଁରେ ପିମ୍ପଲ୍ ବାହାରିଥାଏ । ତେଣୁ ଆମ୍ବକୁ ଭିଜାଇ ଖାଇବା ଉପକାରୀ ଅଟେ ।
– ଏହାକୁ ଭିଜାଇ ଖାଇବା ଦ୍ୱାରା ଶରୀରରେ ଗଚ୍ଛିତ ଚର୍ବି ସହଜରେ ତରଳିଯାଏ । କାରଣ ଏଥିରେ ଫାଇଟୋକେମିକାଲ୍ସ ବହୁତ ପ୍ରଭାବୀଶାଳୀ ଥାଏ । ଏପରି ପରିସ୍ଥିତିରେ ଯେତେବେଳେ ଆପଣ ଏହାକୁ ଭିଜାଇବେ ଏହା ଏକ ପ୍ରାକୃତିକ ଫ୍ୟାଟ୍ ବୁଷ୍ଟର୍ ଭାବରେ କାମ କରିବା ଆରମ୍ଭ କରେ ।

-ଆମ୍ବ ଆପଣଙ୍କ ଶରୀରର ତାପମାତ୍ରାକୁ ବଜାୟ ରଖିବା ପାଇଁ ମଧ୍ୟ ସାହାଯ୍ୟ କରେ । ଯେତେବେଳେ ଆପଣ ଏହାକୁ ଭିଜାଇବେ, ଥର୍ମୋଜେନିକ୍ ଉତ୍ପାଦନ କମିଯାଏ । ଭିଜାଇ ନ ଖାଇବା ଦ୍ୱାରା ବ୍ରଣ, କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

– ରକ୍ଷଣାବେକ୍ଷଣ ପାଇଁ ଆମ୍ବରେ କ୍ଷତିକାରକ କୀଟନାଶକ ବ୍ୟବହୃତ ହୁଏ । ଏପରି ପରିସ୍ଥିତିରେ ଯଦି ଆମ୍ବକୁ ଭିଜାଇ ଖାଆନ୍ତି ନାହିଁ, ତେବେ ମୁଣ୍ଡବିନ୍ଧା, ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

Get real time updates directly on you device, subscribe now.