fbpx
BSKY
BJD MC SKY
BJD YOUTH SKY

ଏକ ନିନ୍ଦନୀୟ ଘଟଣା: ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରି ପାକିସ୍ତାନୀ ବକ୍ସିଂ ଷ୍ଟାର ଫେରାର୍

ନୂଆଦିଲ୍ଲୀ: ଅନେକ ସମୟରେ ପାକିସ୍ତାନକୁ ନେଇ ସାରା ବିଶ୍ୱରେ ହାସ୍ୟାତ୍ମକ ପରିସ୍ଥିତି ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଜଣେ ପାକିସ୍ତାନୀ ଖେଳାଳିଙ୍କ କାରନାମାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ପାକିସ୍ତାନୀ ବକ୍ସର ଜୋହେବ ରାଶିଦ ଏଭଳି ଏକ କାରନାମା କରି ପୁଣି ଥରେ ପାକିସ୍ତାନକୁ ଛବିକୁ ମଳିନ କରିଦେଇଛନ୍ତି । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଖେଳିବା ପାଇଁ ପାକିସ୍ତାନର ୫ ସଦସ୍ୟ ବିଶିଷ୍ଟ ଟିମ୍ ଇଟାଲି ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।

ପାକିସ୍ତାନର ୫ ସଦସ୍ୟ ବିଶିଷ୍ଟ ଟିମ ସହିତ ରାଶିଦ ଇଟାଲି ଯାଇଥିବା ବେଳେ ସେଠାରେ ଯେଉଁ ହରକତ କରିଥିଲେ ତାହା ଫେଡେରେସନ ଓ ଦେଶ ପାଇଁ ଲଜ୍ଜାଜନକ ଘଟଣା ବୋଲି ପାକିସ୍ତାନ ବକ୍ସିଂ ଫେଡେରେସନର ସେକ୍ରେଟାରୀ କର୍ନଲ ନାସିର ଅହମଦ କହିଛନ୍ତି । ଏ ବାବଦରେ ପୋଲିସକୁ ସୂଚନା ଦିଆଯାଇଥିବା ବେଳେ ଏହ ଘଟଣା ପରଠାରୁ ଫେରାର ଥିବା ରାଶିଦଙ୍କୁ ପୋଲିସ ଖୋଜୁଛି । ମାତ୍ର ରାଶିଦଙ୍କର କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି । ରାଶିଦ ପାକିସ୍ତାନ ବକ୍ସିଂର ଜଣେ ଯୁବ ଷ୍ଟାର ହୋଇଥିବା ବେଳେ ସେ ଗତବର୍ଷ ଏସୀୟ ବକ୍ସିଂ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.