fbpx

ବିଜେପିରେ ଯୋଗ ଦେବା ପାଇଁ ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: କଲିକତା ହାଇକୋର୍ଟରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିଜେପିରେ ଯୋଗ ଦେବା ତାରିଖ ସମ୍ପର୍କରେ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ସମ୍ଭବତଃ ମାର୍ଚ୍ଚ ୭ ତାରିଖ ଅପରାହ୍ନରେ ବିଜେପିରେ ଯୋଗ ଦେବେ। ଗଙ୍ଗୋପାଧ୍ୟାୟଙ୍କୁ ପଚରାଯାଇଥିଲା ଯେ ସେ ଲୋକସଭା ନିର୍ବାଚନ ଲଢ଼ିବେ କି? ଏହା ଉପରେ ଅଭିଜିତ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ମୁଁ ଲୋକସଭା ନିର୍ବାଚନ ଲଢ଼ିବି କି ନାହିଁ ତାହା ଦଳ ସ୍ଥିର କରିବ।

ଅନେକ ରାୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଏହାର ସରକାରଙ୍କ ବିରୋଧରେ କଠୋର ମନ୍ତବ୍ୟ ଦେଇ ବାରମ୍ବାର ଚର୍ଚ୍ଚାକୁ ଆସିଥିବା ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ ରବିବାର ଘୋଷଣା କରିଛନ୍ତି ଯେ ସୋମବାର ହାଇକୋର୍ଟର ବିଚାରପତି ଭାବେ ତାଙ୍କର ଶେଷ ଦିନ ହେବ। ଜଷ୍ଟିସ ଗଙ୍ଗୋପାଧ୍ୟାୟ ରବିବାର ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ସେ କୌଣସି ପରିସ୍ଥିତିରେ ତୃଣମୂଳ କଂଗ୍ରେସରେ ଯୋଗ ଦେବେ ନାହିଁ। ଏହା ପୂର୍ବରୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ଯେ ମାର୍ଚ୍ଚ ୭ରେ ଏକ ବଡ଼ ନାମ ଦଳରେ ଯୋଗ ଦେବେ।

Get real time updates directly on you device, subscribe now.