fbpx
BJD SKY
BJD SKY

ସନ୍ଦେଶଖାଲି ମାମଲାରେ ବଡ଼ ଆକ୍ସନ: CBI ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

BJD

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ କୋଲକାତା ହାଇକୋର୍ଟ ଏକ ବଡ଼ ନିଦ୍ଦେଶ ଜାରି କରିଛନ୍ତି । ମାମଲାରେ କଡ଼ା ଯାଞ୍ଚ କରିବା ପାଇଁ ସିବିଆଇ ଯାଞ୍ଚ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲା ସହ ଅନ୍ୟ ୨ଟି ମାମଲାରେ ମଧ୍ୟ ହାଇକୋର୍ଟ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସନ୍ଦେଶଖାଲିରେ ମହିଳାଙ୍କ ନେତୃତ୍ୱରେ ହୋଇଥିବା ହିଂସାବିରୋଧି ପ୍ରଦର୍ଶନ ଏବଂ ଅନେକ ଦିନର ରାଜନୈତିକ ସଂଗ୍ରାମ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ଫେବୃଆରୀ ୨୯ ତାରିଖରେ ତୃଣମୂଳ କଂଗ୍ରେସର ଫେରାର ନେତା ଶାହଜାହାନ ଶେଖଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଜମି ଜବରଦଖଲ ଅଭିଯୋଗରେ ପୋଲିସ ଗିରଫ କରିଥିଲା ।

ଅତିରିକ୍ତ ପୋଲିସ ଡିଜି ସୁପ୍ରତିମ ସରକାର କହିଥିଲେ ଯେ, ଶେଖକୁ ଉତ୍ତର ୨୪ ପରଗନା ଜିଲ୍ଲାର ସୁନ୍ଦରବନ ବାହାର ଅଞ୍ଚଳରେ ଥିବା ଏକ ଘରୁ ଗିରଫ କରାଯାଇଛି । କିଛି ସାଥୀଙ୍କ ସହ ଏହି ଘର ଭିତରେ ଶାହଜାହାନ ଶେଖ ଲୁଚିଥିବା ପୋଲିସ ସୂଚନା ଦେଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ ବଶୀରହାଟ ଅଦାଲତରେ ହାଜର କରାଯାଇ ୧୦ ଦିନ ପୋଲିସ ହେପାଜତକୁ ନିଆ ଯାଇଥିଲା । ତେବେ ଏହି ମାମଲାର ଯାଞ୍ଚ ଏବେ ଅପରାଧ ଯାଞ୍ଚ ବିଭାଗ(ସିଆଇଡି) କୁ ହସ୍ତାନ୍ତର କରାଯାଇଛି ।

ଶୁକ୍ରବାର ସନ୍ଦେଶଖାଲି ମାମଲାରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ପଶଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାରକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହିଥିଲେ ଯେ, ଏହି ମାମଲାରେ ସାରା ଦେଶ ଏବେ ବିରୋଧ କରୁଛି । ତେଣୁ ଆଗାମୀ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ପାର୍ଟିକୁ ହରାଇବା ପାଇଁ ସେ ଆହ୍ୱାନ କରିଛନ୍ତି । ଏହାସହିତ ବିପକ୍ଷୀ ଗଠବନ୍ଧନ ‘ଇଣ୍ଡିଆ’ର ମଧ୍ୟ ଆଲୋଚନା କରିଛନ୍ତି ମୋଦୀ । ଏହି ଗଠବନ୍ଧନର ନିଷ୍କ୍ରିୟତାର ତୁଳନାକୁ ମହାତ୍ମା ଭାନ୍ଧୀଙ୍କ ‘ତିନି ମାଙ୍କଡ଼’ ସହିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.