fbpx

SSC ପକ୍ଷରୁ ନିଯୁକ୍ତି: ୪୧୮୭ଟି ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ୪୧୮୭ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦିଲ୍ଲୀ ପୋଲିସରେ ସବ-ଇନ୍ସପେକ୍ଟର, ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (ସିଏପିଏଫ)ରେ ସବ-ଇନ୍ସପେକ୍ଟର (ଜିଡି) ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମାର୍ଚ୍ଚ ୪ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଥିବା ବେଳେ ତାହା ଆସନ୍ତା ୨୮ ତାରିଖରେ ସମାପ୍ତ ହେବ । ୨୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ପେମେଣ୍ଟ ଜମା କରିପାରିବେ । ୩୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଅନଲାଇନ୍ ଆପ୍ଲିକେସନ ସଂଶୋଧନ କରାଯିବ । ମେ ମାସ ୯, ୧୦ ଓ ୧୩ ତାରିଖରେ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି) ଜରିଆରେ ପରୀକ୍ଷା ଆୟୋଜନ କରାଯିବ । ଚଳିତ ବର୍ଷ ଅଗଷ୍ଟ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ଆବଶ୍ୟକ । ପୁରୁଷ ପ୍ରାର୍ଥୀଙ୍କ କ୍ଷେତ୍ରରେ ଉଚ୍ଚତା ୧୭୦ ସେମି ରହିଥିବା ବେଳେ ପ୍ରାର୍ଥୀଙ୍କର ଛାତି ସାଇଜ୍ ୮୦ ସେମି ରହିଥିବା ଆବଶ୍ୟକ । ଛାତି ସଂପ୍ରସାରଣ ପରେ ତାହା ୮୫ ସେମି ହେଉଥିବା ଆବଶ୍ୟକ । ମରାଠୀ, କଶ୍ମୀର ଭାଲେ, ଲେହ ଓ ଲଦ୍ଦାଖ, ଗରୱାଲ, କୁମାଓଁ ଆଦି ପାହାଡ଼ି ସମ୍ପ୍ରଦାୟର ପ୍ରାର୍ଥୀଙ୍କ କ୍ଷେତ୍ରରେ ଉଚ୍ଚତା ୧୬୫ ସେମି ରହିଛି । ପୁରୁଷ ଓ ମହିଳାଙ୍କ ପ୍ରାର୍ଥୀଙ୍କ କ୍ଷେତ୍ରରେ ଫିଜିକାଲ ଏଣ୍ଡୁରାନ୍ସ ଟେଷ୍ଟ ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କ ପାଇଁ ରେସିଂ, ଲଙ୍ଗ ଜମ୍ପ, ହାଇ ଜମ୍ପ ଆଦି ଟେଷ୍ଟ ରହିଛି । ପ୍ରାର୍ଥୀଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://ssc.gov.in/login

ନୋଟିଫିକେସନ ଲିଙ୍କ: https://ssc.gov.in/api/attachment/uploads/masterData/NoticeBoards/final%20notice%20cpo%202024%2004.03.2024.pdf

Get real time updates directly on you device, subscribe now.