fbpx

ମେ’ ୧୦ ପରେ ସାଧା ପୋଷାକରେ ବି ଭାରତୀୟ ଯବାନଙ୍କୁ ଅନୁମତି ମିଳିବ ନାହିଁ; ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ

ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ମେ ୧୦ ପରେ କୌଣସି ଭାରତୀୟ ସୈନିକ ସାଦା ପୋଷାକ ପିନ୍ଧିଥିଲେ ମଧ୍ୟ ତାଙ୍କ ଦେଶ ଭିତରେ ଉପସ୍ଥିତ ରହିବେ ନାହିଁ। ଗତ ସପ୍ତାହରେ ଭାରତରୁ ଏକ ବେସାମରିକ ଦଳ ମାଳଦ୍ୱୀପରେ ପହଞ୍ଚିଥିବା ବେଳେ ମୁଇଜୁ ଏହି ବୟାନ ଦେଇଛନ୍ତି। ଏହି ଟିମ୍ ମାଳଦ୍ୱୀପରେ ଥିବା ଭାରତୀୟ ସୈନିକଙ୍କ ସ୍ଥାନ ନେବ। ମାଳଦ୍ୱୀପ ନ୍ୟୁଜ୍ ପୋର୍ଟାଲ ‘ଦ ଏଡିସନ୍’ର ଖବର ଅନୁଯାୟୀ, ମୁଇଜ୍ଜୁ ଏକ କାର୍ଯ୍ୟକ୍ରମରେ ଗୁଜବ ଉପରେ ମନ୍ତବ୍ୟ ଦେଇଥିଲେ ଯେଉଁଥିରେ କୁହାଯାଉଥିଲା ଯେ ଭାରତୀୟ ସୈନିକମାନେ ଏବେ ମାଳଦ୍ୱୀପରେ ସାଦା ପୋଷାକରେ ରହିବେ।

ଏମାନେ (ଭାରତୀୟ ସେନା) ଯାଉନାହାନ୍ତି, ଏହି ଲୋକମାନେ ୟୁନିଫର୍ମ ପରିବର୍ତ୍ତେ ସାଦା ପୋଷାକ ପିନ୍ଧି ଆସୁଛନ୍ତି। ଆମ ମନରେ ସନ୍ଦେହ ସୃଷ୍ଟି କରି ମିଥ୍ୟା ପ୍ରଚାର କରୁଥିବା ଏଭଳି ଜିନିଷରେ ଆମେ ଫସି ରହିବା ଉଚିତ୍ ନୁହେଁ। ମେ’ ୧୦ ପରେ ମାଳଦ୍ୱୀପରେ କୌଣସି ଭାରତୀୟ ସୈନିକ ରହିବେ ନାହିଁ। ନା ସାମରିକ ପୋଷାକରେ ନା ସାଦା ପୋଷାକରେ। ଭାରତୀୟ ସେନା କୌଣସି ପ୍ରକାର ପୋଷାକ ପିନ୍ଧି ଏହି ଦେଶ ଭିତରେ ରହିବ ନାହିଁ। ମୁଁ ପୂରା ଆତ୍ମବିଶ୍ୱାସର ସହ ଏହା କହୁଛି।

ଗତ ମାସରେ ନୂଆଦିଲ୍ଲୀରେ ଦୁଇ ପକ୍ଷ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ଭାରତ ମେ ୧୦ ସୁଦ୍ଧା ମାଳଦ୍ୱୀପରେ କାର୍ଯ୍ୟକରୁଥିବା ତିନୋଟି ବିମାନ ଚଳାଚଳ ପ୍ଲାଟଫର୍ମରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ଉଚିତ ଏବଂ ସାଧାରଣ ଲୋକଙ୍କୁ ଫେରାଇ ଆଣିବା ଉଚିତ୍। ପ୍ରଥମ ପର୍ଯ୍ୟାୟ ଏହି ପ୍ରକ୍ରିୟା ମାର୍ଚ୍ଚ ୧୦ ସୁଦ୍ଧା ଶେଷ ହେବ।

Get real time updates directly on you device, subscribe now.