fbpx

ଗୁରୁଗ୍ରାମର ରେଷ୍ଟୁରାଣ୍ଟ ମ୍ୟାନେଜର ଗିରଫ: ମାଉଥ୍ ଫ୍ରେସନର ବଦଳରେ ଦେଇଥିଲେ Dry Ice

Advertisement

ନୂଆଦିଲ୍ଲୀ: ମାଉଥ୍ ଫ୍ରେସନର ବଦଳରେ ଗ୍ରାହକଙ୍କୁ ଡ୍ରାଏ ଆଇସି ଦେଇଥିବା ଗୁରୁଗ୍ରାମର ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଦିଲ୍ଲୀର ମ୍ୟାନେଜର ଗଗନଦୀପଙ୍କୁ ଗିରଫ କରାଯାଇଛି । ଗଗନଦୀପ ପାଖାପାଖି ୩ ମାସ ହେଲା ଉକ୍ତ ରେଷ୍ଟୁରାଣ୍ଟରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପକ୍ଷରେ ରେଷ୍ଟୁରାଣ୍ଟ ମାଲିକଙ୍କୁ ପୋଲିସ ଖୋଜୁଥିବା ଜଣାପଡ଼ିଛି ।

ଗ୍ରାହକଙ୍କୁ ମାଉଥ୍ ଫ୍ରେସନର ବଦଳରେ ରେଷ୍ଟୁରାଣ୍ଟ ତରଫରୁ ଡ୍ରାଏ ଆଇସି ଦିଆଯାଇଥିଲା । ତେଣୁ ୫ ଜଣ ଗ୍ରାହକଙ୍କ ଅବସ୍ଥା ବିଗିଡ଼ିବା ସହିତ ମୁହଁରେ ଜ୍ୱଳନ ହୋଇଥିଲା ଓ ସେମାନେ ରକ୍ତବାନ୍ତି କରିଥିଲେ । ପରେ ସେମାନଙ୍କୁ ହସ୍ପିଟାଲରେ ଆଇସିୟୁ ୱାର୍ଡରେ ରଖାଯାଇଥିଲା । ଗ୍ରାହକଙ୍କୁ ଡ୍ରାଏ ଆଇସି ଦିଆଯାଇଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର କରିଥିଲେ । ଏହା ମଧ୍ୟରେ ୩ ଜଣ ଗ୍ରାହକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ଅନ୍ୟ ୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

ମାଉଥ୍ ଫ୍ରେସନର ଖାଇଥିବା ସମସ୍ତ ଗ୍ରାହକଙ୍କୁ ଯେତେବେଳେ ହସ୍ପିଟାଲ ନିଆଯାଇଥିଲା ସେତେବେଳେ ଚିକିତ୍ସା କରୁଥିବା ଡାକ୍ତର କରିଥିଲେ ସେମାନେ ସମସ୍ତେ ମାଉଥ୍ ଫ୍ରେସନର ନୁହେଁ ବରଂ ଡ୍ରାଏ ଆଇସି ଖାଇଥିଲେ । ସାଧାରଣ ଭାବେ ଡ୍ରାଏ ଆଇସି କାର୍ବନ ଡାଇ ଅକ୍ସାଇଡର ଠୋସ୍ ରୂପ ହୋଇଥିବା ବେଳେ ଏହାକୁ କୁଲିଂ ଏଜେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ମେଡିକାଲ ଠାରୁ ଆରମ୍ଭ କରି ଫୁଡ୍ ଇଣ୍ଡଷ୍ଟ୍ରିରେ ଏହାର ବ୍ୟବହାର କରାଯାଇଥାଏ । ଏହା ଶୁଖିଲା ବରଫ ପରି ହୋଇଥାଏ ଓ ଏହା ପାଣିରେ ତିଆରି ହୋଇନଥାଏ । ଏହା ଯେତିକି ଉପଯୋଗୀ ସେତିକ ବିପଜ୍ଜନକ ଅଟେ ।

ଡ୍ରାଏ ଆଇସିକୁ ତିଆରି କରିବା ପାଇଁ ପ୍ରଥମେ କାର୍ବନ ଡାଇ ଅକ୍ସାଇଡକୁ ୧୦୯ ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ଥଣ୍ଡା କରି କମ୍ପ୍ରେସ କରାଯାଇଥାଏ । ଫଳରେ ଏହି ଗ୍ୟାସ ବରଫ ପାଲଟିଯାଇଥାଏ । ତା’ପରେ ଏହାକୁ ଛୋଟ, ବଡ଼ ଖଣ୍ଡରେ ପରିବର୍ତ୍ତନ କରାଯାଇଥାଏ । ଏହାକୁ ଫଟୋଶୁଟ ଓ ଥିଏଟର କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହାକୁ ଗରମ ପାଣିରେ ପକାଇବା ଫଳରେ ସେଥିରୁ ଧୂଆଁ ବାହାରିଥାଏ । ତା’ପରେ ଏହା ବରଫ ପରି ଅନୁଭବ ହୋଇଥାଏ ।

ଡ୍ରାଏ ଆଇସି ଅତ୍ୟନ୍ତ ଥଣ୍ଡା ହୋଇଥିବା କାରଣରୁ ତାହା ଦ୍ୱାରା ଶରୀରର କୋଷିକାଗୁଡ଼ିକ ମରିଯାଇଥାନ୍ତି । ସେଥିପାଇଁ ଏହାକୁ ଛୁଇଁବାକୁ ବାରଣ କରାଯାଇଥାଏ । ଏଥିସହିତ ଏହାକୁ ଏୟାର ଟାଇଟ୍ ବକ୍ସରେ ମଧ୍ୟ ରଖାଯାଇ ନଥାଏ । ଘରମାନଙ୍କରେ ଥିବା ସାଧାରଣ ବରଫର ତାପମାତ୍ରା ମାଇନସ୍ ୨-୩ ଡିଗ୍ରୀ ହୋଇଥିବା ବେଳେ ଡ୍ରାଏ ଆଇସିର ତାପମାତ୍ରା ମାଇନସ୍ ୮୦ ଡିଗ୍ରୀ ହୋଇଥାଏ । ଏହା ସାଧାରଣ ବରଫ ପରି ଏହା ଓଦା ହୋଇନଥାଏ । ଅଧିକ ତାପମାତ୍ରାରେ ରଖିଲେ ସାଧାରଣ ବରଫ ମିଳେଇ ଯାଇଥାଏ, ମାତ୍ର ଶୁଷ୍କ ବରଫ ସହ ଏପରି ହୋଇନଥାଏ । ଅଧିକ ତାପମାତ୍ରାରେ ତାହାକୁ ରଖିଲେ ମିଳେଇବା ବଦଳରେ ଧୂଆଁ ହୋଇ ଉଡ଼ିବାରେ ଲାଗିଥାଏ ।

Get real time updates directly on you device, subscribe now.