fbpx
BSKY
BJD YOUTH SKY
BJD MS SKY

(video)ପାକିସ୍ତାନ ଖେଳାଳିଙ୍କୁ ସିଡନୀ ବିମାନ ବନ୍ଦରରେ ମିଳିଲା ବଡ ଅପମାନ, ବିମାନରୁ ଓହ୍ଲାଇ ଟ୍ରକରେ ଲଦିଲେ ନିଜ ଜିନିଷ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଟିମ୍ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବା ପାଇଁ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛନ୍ତି । ନୂଆ କ୍ୟାପଟେନ୍ ଶାନ ମସୁଦଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆରେ ଟିମ୍‌ର ସ୍ୱାଗତ ଏପରି ଭାବରେ କରାଗଲା ଯାହା ଖେଳାଳୀମାନେ କେବେ ଭାବି ବି ନ ଥିଲେ । ସୋସିଆଲ ମିଡିଆରେ ଏ ସଂପର୍କିତ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳୁଛି ପାକିସ୍ତାନୀ ଖେଳାଳୀ ସିଡନୀ ବିମାନବନ୍ଦରରେ ଟ୍ରକରେ ନିଜର ଜିନିଷ ନିଜେ ଲଦୁଛନ୍ତି । ପାକିସ୍ତାନ ସ୍କ୍ୱାର୍ଡରେ ୧୮ ଖେଳାଳୀ ଓ ୧୭ ସପୋର୍ଟିଂ ଷ୍ଟାଫ ସହିତ ମ୍ୟାନେଜମେଣ୍ଟ ଅଧିକାରୀ ମଧ୍ୟ ଅଷ୍ଟ୍ରେଲିଆ ପହଞ୍ଚିଛନ୍ତି ।

ପାକିସ୍ତାନ ଟିମ୍ ଏହି ସିରିଜ୍ ଜରିଆରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଲାଗି ନିଜକୁ ଯୋଗ୍ୟ ବିବେଚିତ କରିବାକୁ ଚେଷ୍ଟା କରିବେ ।
ପାକିସ୍ଥାନୀ ଖେଳାଳୀ ଲାହୋରରୁ ଦୁବାଇ ଦେଇ ସିଡନୀ ପହଞ୍ଚିଛନ୍ତି । ସାଧାରଣତଃ ବିମାନବନ୍ଦରରେ ଖେଳାଳୀଙ୍କୁ ସ୍ୱାଗତ କରିବା ଲାଗି ପାକିସ୍ଥାନ ଦୂତାବାସର ଅଧିକାରୀ କିମ୍ବା କ୍ରିକେଟ୍ ଅଷ୍ଟ୍ରେଲିଆର କୌଣସି ଅଧିକାରୀ ରହିବା କଥା । କିନ୍ତୁ ପାକିସ୍ତାନ ଖେଳାଳୀଙ୍କ ସ୍ୱାଗତ କରିବାକୁ କେହି ଆସି ନ ଥିବାରୁ ସେମାନଙ୍କୁ ଶେଷରେ ଟ୍ରକରେ ନିଜ ସାମଗ୍ରୀ ନିଜେ ଲଦିବାକୁ ପଡିଥିଲା । ଏଠାରେ ସୂଚାଇ ଦିଆଯାଇପାରେ କି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୪ ଡିସେମ୍ବରରୁ ପର୍ଥରେ ଖେଳାଯିବ ।

Get real time updates directly on you device, subscribe now.