fbpx

ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିହେବ କି: ସୁପ୍ରିମକୋର୍ଟରେ ଉଠିଲା ପ୍ରଶ୍ନ, କ’ଣ କହୁଛି ଆଇନ୍

AAKASH

ନୂଆଦିଲ୍ଲୀ: ସାଧାରଣ ଭାବେ ମହିଳାମାନେ ପୁରୁଷଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ତେବେ ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରିହେବ କି ନା? ଏନେଇ ଏକ ବଡ଼ ପ୍ରଶ୍ନ ସୁପ୍ରିମକୋର୍ଟରେ ଉଠିଛି । ଏହି ପ୍ରଶ୍ନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେଣୁ ଏ ପ୍ରସଙ୍ଗରେ କ’ଣ ଆଇନ ରହିଛି ସେନେଇ ସମସ୍ତେ ଜାଣିବା ଆବଶ୍ୟକ ।

ଦେଶରେ ପ୍ରତ୍ୟେକ ଦିନ ଦୁଷ୍କର୍ମ ସହ ଜଡ଼ିତ ଅନେକ ମାମଲା ସାମ୍ନାକୁ ଆସୁଛି । ତେବେ ଅଧିକାଂଶ ମାମଲାରେ ପୁରୁଷମାନେ ଅଭିଯୁକ୍ତ ରହିଥିବା ଦେଖାଯାଉଛି । ତେବେ ଜଣେ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇ ପାରିବ କି ନା ସେନେଇ ଗତ ୧ ତାରିଖରେ ସୁପ୍ରିମକୋର୍ଟରେ ଏକ ବଡ଼ ପ୍ରଶ୍ନ ଉଠିଥିଲା । ଅର୍ଥାତ କୌଣସି ମହିଳାଙ୍କୁ ଆଇପିସିର ଧାରା ୩୭୫ ଅନୁସାରେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ସାବ୍ୟସ୍ତ କରିବା ଉପରେ ପ୍ରଶ୍ନ ଉଠିଛି ।

ବର୍ତ୍ତମାନ ସୁଦ୍ଧା ଆଇପିସିର ଧାରା ୩୭୫ ଅନୁସାରେ କେବଳ ପୁରୁଷଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଉଥିଲା । ତେବେ ଧାରା ୩୭୫ ଅନୁସାରେ କୌଣସି ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ କରାଯାଇ ପାରିବ କି ନା ସେନେଇ ଏବେ ସୁପ୍ରିମକୋର୍ଟ ବିଚାର କରିବେ । ଆଇପିସିର ଧାରା ୩୭୫ରେ ଦୁଷ୍କର୍ମକୁ ପରିଭାଷିତ କରାଯିବା ସହିତ କିଛି ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରାଯାଇଛି । ସେହି ଆଇନ ମୁତାବକ, ଜଣେ ପୁରୁଷ ବା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ କରାଯାଇ ପାରିବ । ଜଣେ ୬୨ ବର୍ଷୀୟା ବିଧବା ମହିଳାଙ୍କ ଯାଚିକା ସହ ଏହି ମାମଲା ଜଡ଼ିତ ରହିଛି । ତାଙ୍କର ପୁଅଙ୍କ ବିରୋଧରେ ଆଗତ ହୋଇଥିବା ମିଥ୍ୟା ଦୁଷ୍କର୍ମ ମାମଲାରେ ତାଙ୍କୁ ଯୋଡ଼ା ଯାଇଥିବା ମହିଳା ଜଣଙ୍କ ଦାବି କରିଛନ୍ତି । ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି ଏହି ମାମଲାର ବିଚାର କରୁଛନ୍ତି । ଆଇପିସି ଅନୁସାରେ କେବଳ ପୁରୁଷଙ୍କୁ ହିଁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇ ପାରିବ ବୋଲି ଯାଚିକାର ଶୁଣାଣି ଅବସରରେ ବେଞ୍ଚ କହିଛନ୍ତି ।

Get real time updates directly on you device, subscribe now.