fbpx

ଆନ୍ଧ୍ରପ୍ରଦେଶ- ତେଲେଙ୍ଗାନା ଜଳ ବିବାଦ; ଡ୍ୟାମର ସୁରକ୍ଷା ଦାୟିତ୍ୱରେ ସିଆର୍‌ପିଏଫ୍ ଜବାନ

Advertisement

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ଦେଖାଦେଇଥିବା ଜଳ ବିବାଦକୁ ନେଇ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଆନ୍ଧ୍ରପ୍ରଦେଶ ଦ୍ୱାରା ନାଗାର୍ଜୁନ ସାଗର ଡ୍ୟାମ୍ ଉପରେ କବଜା କରିଦେଇଛି । ଏହା ସହ ଡ୍ୟାମର ଜଳ ନିଜ ପଟେ ଛାଡ଼ିବା ବି ଆରମ୍ଭ କରିଦେଇଛି । ଏକ ରିପୋର୍ଟ ଅନୁଯାୟୀ ଜଳ ସେଚନ ମନ୍ତ୍ରୀ ସ୍ପଷ୍ଟିକରଣ ଦେଇ କହିଛନ୍ତି,‘ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ସେତିକି ଜଳ ନିଆଯାଇଛି’ । ଆମେ କୌଣସି ଚୁକ୍ତିର ଉଲ୍ଲଂଘନ କରିନାହୁଁ । କୃଷ୍ଣା ନଦୀର ୬୬% ଜଳ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ୩୪% ତେଲେଙ୍ଗାନାର । କହିରଖୁଛୁ ନାଗାର୍ଜୁନ ସାଗର ଡ୍ୟାମ୍ ତେଲେଙ୍ଗାନା ସରକାରଙ୍କ ଅଧୀନରେ ରହିଛି ।

ଦୁଇ ରାଜ୍ୟ ମଧ୍ୟରେ ଜଳକୁ ନେଇ ଉପୁଜିଥିବା ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି । ୨୮ ନଭେମ୍ବର ପର୍ଯ୍ୟନ୍ତୁ ଦୁଇ ରାଜ୍ୟକୁ ଛଡ଼ା ଯାଇଥିବା ଜଳ ଫେରାଇବା ପାଇଁ କେନ୍ଦ୍ର ସରକାର ନିବେଦନ କରିଛନ୍ତି । ଶୁକ୍ରବାର, କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଦୁଇ ରାଜ୍ୟର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଭିଡ଼ି କନଫେରେନ୍ସ୍ ମାଧ୍ୟମରେ ଏହି ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବରେ ଉଭୟ ପକ୍ଷ ସହମତ ଥିଲେ । ସରକାର କୋଣସି ପ୍ରକାର ବିପରିତ ପରିସ୍ଥିତିକୁ ଏଡ଼ାଇବା ପାଇଁ ସିଆରପିଏଫ୍‌ ଜବାନଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.