fbpx
BSKY SKY
BSKY SKY

ନ୍ୟୁଜିଲାଣ୍ଡକୁ ହରାଇ ଭାରତକୁ ଟପିିଲା ବାଙ୍ଗଲାଦେଶ, ପାକିସ୍ତାନ ଏବେ ବି ଶୀର୍ଷରେ

BSKY

ନୂଆଦିଲ୍ଲୀ: ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ହରାଇ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ବଡ ଧରଣର ପରିବର୍ତ୍ତନ କରିଦେଇଛି । ଏହି ବିଜୟର ପୁରସ୍କାର ଟିମ୍‌କୁ WTC ପଏଣ୍ଟ ଟେବୁଲରେ ମିଳିଛି । ଏବେ ବାଙ୍ଗଲାଦେଶ ପଏଣ୍ଟ ଟେବୁଲରେ ଭାରତ ଉପରେ ରହିଛି ଓ ତାଲିକାରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଛି । ଅନ୍ୟପକ୍ଷରେ ପାକିସ୍ତାନ ଏବେବି ଟପ୍‌ରେ ରହିଛି । ବାଙ୍ଗଲାଦେଶ ଓ ପାକିସ୍ତାନର ଶତ ପ୍ରତିଶତ ରେକର୍ଡ ରହିଛି । ସେହିପରି ପରାଜୟ ସହିତ WTCର ତୃତୀୟ ସଂସ୍କରଣ ଆରମ୍ଭ କରିଥିବା ନ୍ୟୁଜିିଲାଣ୍ଡ ଟିମ୍ ୮ମ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକାକୁ ଛାଡି WTCର ତୃତୀୟ ସଂସ୍କରଣରେ ସମସ୍ତେ ଅଂଶଗ୍ରହଣ କରିଛନ୍ତି । ପାକିସ୍ତାନ ଶ୍ରୀଲଙ୍କା ବିରୁଦ୍ଧରେ ଖେଳି ଏହି ଏକମାତ୍ର ଟେଷ୍ଟସିରିଜ୍‌କୁ ୨-୦ରେ ଜିତି ପଏଣ୍ଟସ୍ ଟେବୁଲରେ ପ୍ରଥମ ସ୍ଥାନ ହାସଲ କରିନେଇଛି । ସେହିପରି ବାଙ୍ଗଲାଦେଶ ନ୍ୟୁଜିଲାଣ୍ଡକୁ ହରାଇ ୨ୟ ସ୍ଥାନରେ ରହିଛି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ WTC ୨୦୨୩-୨୫ରେ ଏ ପର୍ଯ୍ୟନ୍ତ ଏକମାତ୍ର ସିରିଜ୍ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଖେଳିଛି । ସିରିଜର ପ୍ରଥମ ମ୍ୟାଚ୍ ଭାରତ ୧୪୧ ରନ୍ ବ୍ୟବଧାନରେ ଜିତିଥିଲା କିନ୍ତୁ ୨ୟ ଟେଷ୍ଟ ଡ୍ର ହେବା କାରଣରୁ ଭାରତ ୬୬.୬୭ % ଅଙ୍କ ପାଇ ପଏଣ୍ଟ ଟେବୁଲରେ ୩ୟ ସ୍ଥାନରେ ରହିଛି । ଭାରତ ପରେ ଏହି ଟେବୁଲରେ ଅଷ୍ଟ୍ରେଲିଆ ୪ର୍ଥ, ୱେଷ୍ଟଇଣ୍ଡିଜ୍ ୫ମ ଓ ଇଂଲଣ୍ଡ ୬ଷ୍ଠ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.