fbpx
BSKY
BJD SHG SKY
BJD YOUTH SKY

କାବୁଲରେ ଲାଗିଲା ପାକ୍ ମୁର୍ଦାବାଦ୍ ନାରା, ପ୍ରଦର୍ଶନକାରୀ ମହିଳାଙ୍କ ଉପରେ ତାଲିବାନିଙ୍କ ଗୁଳିମାଡ଼

କାବୁଲ: କାବୁଲ ଉପରେ ତାଲିବାନି ମାନେ କବଜା କରିବା ପରେ ଆଫଗାନିସ୍ତାନରେ ଲୋକମାନେ ଲଗାତର ଭାବରେ ପାକିସ୍ତାନକୁ ବିରୋଧ କରିଆସୁଛନ୍ତି । କାବୁଲ ସଡ଼କ ଉପରେ ମହିଳାମାନେ ଆଜି ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରିଥିଲେ । ସେମାନେ ପାକିସ୍ତାନ ମୁର୍ଦାବାଦ୍ ନାରା ଦେଇ ଆନ୍ଦୋଳନ କରିଥିଲେ । ଖାଲି ସେତିକି ନୁହେଁ ସ୍ୱାଧୀନ ଏବଂ ପଞ୍ଜଶୀରକୁ ସମର୍ଥନ କରିବା ନେଇ ନାରା ଦେଇଥିଲେ ଆଫଗାନୀ ନାଗରିକ । ଏନେଇ ସେଠାକାର ସ୍ଥାନୀୟ ମିଡିଆ ରିପୋର୍ଟରୁ ସୂଚନା ମିଳିଥିଲା ।

ଆଫଗାନୀ ମାନେ ପାକିସ୍ତାନୀ ସମର୍ଥିତ ଆତଙ୍କବାଦୀ ବିରୋଧରେ ନାରା ଦେବା ସହିତ ଏକ ବଡ଼ ଧରଣର ଆନ୍ଦୋଳନ କରି ରାସ୍ତାକୁ ଓହ୍ଲାଇଥିଲେ । ହେଲେ ଆନ୍ଦୋଳନକାରୀ ମାନେ ଏପରି ନାରାବାଜି କରି ପାକିସ୍ତାନୀ ଦୁତାବାସ ପର୍ଯ୍ୟନ୍ତ ପହଞ୍ଚିଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ତାଲିବାନୀ ମାନେ ଆନ୍ଦୋନଳକାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ।

ସୂଚନା ମୁତାବକ, ସେଠାରେ ଅନେକ ସଂଖ୍ୟାରେ ମହିଳା ଓ ପୁରୁଷ ମିଶି ବିରୋଧ ପ୍ରଦର୍ଶନ କରୁଥିଲେ । ସେମାନଙ୍କ କହିବା କଥା ଯେ, ଆଫଗାନିସ୍ତାନକୁ ଏକ ସ୍ୱତନ୍ତ୍ର ସରକାର ଆବଶ୍ୟକ । ପାକିସ୍ତାନୀ ପରି କଟପୁତଲୀ ସରକାରଙ୍କ ପରି ନୁହେଁ । ତେବେ ଏହି ଆନ୍ଦୋଳନ କରିବା ସମୟରେ ତାଲିବାନୀ ମାନେ ଅତିଷ୍ଠ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଆଫଗାନୀ ମହିଳାଙ୍କ ଉପରେ ଗୁଳି ଚଳାଇଛନ୍ତି ।

ସୂଚନା ଥାଉ କି, ପ୍ରଥମ ଦିନରୁ ହିଁ ପାକିସ୍ତାନ, ତାଲିବାନି ମାନଙ୍କୁ ସମର୍ଥନ କରି ଆସୁଥିଲା । ତେଣୁ ଅନେକ ଦେଶ ସମେତ ଆଫଗାନୀ ନାଗରିକ ମାନେ ବି ଏନେଇ ଅଭିଯୋଗ କରିଆସୁଥିଲେ । ଆମେରିକା ସହିତ ଜାରି ରହିଥିବା ସଂଘର୍ଷ ମଧ୍ୟରେ ପାକିସ୍ତାନ ହେଉଛି ଏକମାତ୍ର ଦେଶ ଯିଏକି ତାଲିବାନିଙ୍କୁ ସମର୍ଥନ କରିଆସୁଥିଲା । ଖାଲି ସେତିକି ନୁହେଁ ତାଲିବାନିଙ୍କୁ ମାନ୍ୟତା ଦେଇଥିବା ପାକିସ୍ତାନ ହେଉଛି ପ୍ରଥମ ଦେଶ ମଧ୍ୟ ।

Get real time updates directly on you device, subscribe now.