fbpx

ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ପୋଲିସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଆଜି ଚଢ଼ାଉ ହୋଇଛି । ମାନସ ଦାସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୋଲିସ । ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ପୋଲିସ । ଯାଞ୍ଚ ସମ୍ପର୍କରେ ଖୋର୍ଦ୍ଧା ଏସଡିପିଓ ସୁଶିଲ ମିଶ୍ର କହିଛନ୍ତି ଯେ, ‘ମାନସ ଦାସଙ୍କ ମାନବବାଦ ସଙ୍ଗଠନ ସମ୍ପର୍କରେ ଯାଞ୍ଚ କରୁଛୁ । ସଙ୍ଗଠନ ରେଜିଷ୍ଟ୍ରେସନ ହୋଇଛି କି ନାହିଁ, ତାହା ଯାଞ୍ଚ ଚାଲିଛି । ଘରୁ କିଛି ଫଟୋ, ବ୍ୟାନର ମିଳିଛି ।’

ତେବେ ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ମାନସ ଦାସ । ଅପହରଣ, ହତ୍ୟା, ପ୍ରମାଣ ନଷ୍ଟ ଆଦି ଦଫାରେ ତାଙ୍କୁ ଗିରଫ କରାଯାଇଛି । ମାନସଙ୍କ ପୁଅ ମନୋରଞ୍ଜନକୁ ମଧ୍ୟ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଅଗଷ୍ଟ ୩ରେ ସଙ୍ଗଠିତ ହୋଇଥିବା ଏକ ହତ୍ୟା ଘଟଣାର ପ୍ରଚ୍ଛଦ ପଟର ଚେହେରା ହେଉଛନ୍ତି ମାନସ ଦାସ । ହତ୍ୟା ମାମଲାରେ ଘଟଣା ଘଟିବାର ଦିନକ ଭିତରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ହେଲେ ମାମଲାର ପଛରେ ଥିବା ବ୍ୟକ୍ତିଙ୍କ ନିକଟରେ ପୋଲିସ ପହଞ୍ଚି ପାରିନଥିଲା । ଏହାରି ଭିତରେ ଏକ ଭାଇରାଲ ଭିଡିଓରେ ବାପା, ପୁଅଙ୍କୁ ନିସ୍ତୁକ ମାଡ ମାରିବା ମାମଲାରେ ମାନସ ଦାସ ଓ ମନୋରଞ୍ଜନ ଦାସ ପ୍ରଥମ ଥର ପାଇଁ ବିବାଦ ଘେରକୁ ଆସିଥିଲେ ଓ ଉଭୟଙ୍କ ବିରୋଧରେ ଅଭିଯୋଗ ଲମ୍ବି ଚାଲିଥିଲା । ହତ୍ୟା ମାମଲାର ମାସେ ପରେ ଗୁରୁଜୀ ବାପା, ପୁଅଙ୍କୁ ପୋଲିସ ଗିରଫ କରିଛି । ବାପ-ପୁଅ ଦୁହେଁ ଏବେ ଝାରପଡ଼ା ଜେଲରେ ଅଛନ୍ତି ।

Get real time updates directly on you device, subscribe now.