fbpx

ଫୋନରେ Debit Card, Credit Card, ATM Card, Aadhar ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଇଣ୍ଟରନେଟ୍ ବ୍ୟାଙ୍କିଙ୍କ୍ ଖୁବ୍ ଜୋରରେ ବଢ଼ିବାରେ ଲାଗିଛି । ଆଜି କା ସମୟରେ ପ୍ରତ୍ୟେକ ଟି ଲୋକ ନିଜ ଫୋନ୍ ରେ ଏଟିଏମ୍, କ୍ରେଡିଟ୍ କାର୍ଡ ସବୁର ଡିଟେଲ୍ ପକାଉଛନ୍ତି । ହେଲେ ଏହା କେତେ ପରିମାଣରେ ସୁରକ୍ଷିତ ସେମାନେ ସେନେଇ ଅବଗତ ନାହାନ୍ତି । କରୋନା ସମୟରେ ଏସବୁ ର ବ୍ୟବହାର ଖୁବ୍ ବଢ଼ିଥିବା ବେଳେ ଏନେଇ ହେଉଥିବା ଅପରାଧ ବି ବଢ଼ିବାରେ ଲାଗିଛି । ବିଭିନ୍ନ ନମ୍ବରରୁ କଲ୍ କରି ଏଟିଏମ୍ ପିନ୍ ଓ ବ୍ୟାଙ୍କ୍ ସମ୍ପର୍କିତ ଡିଟେଲ୍ ମାଗି ନେଉଛନ୍ତି । ଫଳରେ ଫ୍ରଡ୍ କେସ୍ ବଢ଼ିବାରେ ଲାଗିଛି ।

ଲୋକାଲ୍ ସର୍କଲ୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ୩୩ ପ୍ରତିଶତ ଭାରତୀୟ ତଥ୍ୟ ସୁରକ୍ଷା ସୂଚନା ଅଭାବରୁ ଇ-ମେଲ୍, ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ସେମାନଙ୍କର ବ୍ୟାଙ୍କ ତଥ୍ୟ ସବୁକୁ ରଖୁଛନ୍ତି । ସର୍ଭେରେ ସାମିଲ ଥିବା ୭% ଉତ୍ତରଦାତା କହିଛନ୍ତି ଯେ, ସେମାନେ ବ୍ୟାଙ୍କ ଆକାଉଣ୍ଟ, ଡେବିଟ୍ କାର୍ଡ ସିଭିିଭି କିମ୍ବା ଏଟିଏମ୍ ପାସୱାର୍ଡ, ଆଧାର, ପାନ୍ ନମ୍ବର ଇତ୍ୟାଦିର ସବିଶେଷ ତଥ୍ୟ ଫୋନରେ ରଖିଛନ୍ତି।

୮୮ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଅନଲାଇନରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଏଟିଏମ୍ କାର୍ଡର ପାସୱାର୍ଡ ଗଚ୍ଛିତ କରିଛନ୍ତି। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ,ପରି କରିବା ଦ୍ୱାରା ହିଁ ଅଧିକ ଲୋକ ସାଇବର୍ ଠକେଇର ଶିକାର ହେଉଛନ୍ତି । ତେଣୁ ଫୋନ୍ ରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଏଟିଏମ୍ କାର୍ଡ ଓ ଆଧାର ଇତ୍ୟାଦିର ଡିଟେଲ୍ ସେଭ୍ କରନ୍ତୁ ନାହିଁ ।

ବ୍ୟାଙ୍କ ଅଧିକାରୀମାନେ ଫୋନ୍, ମେସେଜ୍, ଇମେଲ୍ କିମ୍ବା କୌଣସି ଲିଙ୍କ୍ ମାଧ୍ୟମରେ ଗ୍ରାହକଙ୍କ ବ୍ୟାଙ୍କିଙ୍ଗ୍ ବିବରଣୀ ମାଗନ୍ତି ନାହିଁ। ଏହା ମଧ୍ୟ ଦେଖାଯାଇଛି ଯେ ବେଳେବେଳେ ଜଣେ ଠକ ଜଣେ ବ୍ୟାଙ୍କ କର୍ମଚାରୀ କିମ୍ବା କମ୍ପାନୀର ଅଧିକାରୀ ଭାବରେ କଲ୍ କରି ସମସ୍ୟାର ସମାଧାନ ପାଇଁ ଏକ ଲିଙ୍କ୍ ପଠାନ୍ତି । ଏହି ଲିଙ୍କ୍ ଖୋଲିବା ମାତ୍ରକେ ଏକ ଫର୍ମ ଖୋଲିଯାଏ । ଏଥିରେ କିଛି ତଥ୍ୟ ଦେବାକୁ କୁହାଯାଇଥାଏ । ଯଦି ଆପଣ ସେସବୁ ତଥ୍ୟ ଦେଇଦିଅନ୍ତି ତେବେ ଆପଣ ଠକେଇର ଶିକାର ହେବା ସୁନିଶ୍ଚିତ ।

କାହାକୁ OTP, UPI PIN କିମ୍ବା ATM PIN ଅଂଶୀଦାର କରନ୍ତୁ ନାହିଁ:

ଯଦି ଆପଣ KYC ପାଇଁ SMS ପାଆନ୍ତି ତେବେ ଧ୍ୟାନ ଦିଅନ୍ତୁ ନାହିଁ | SMS ରେ ଦିଆଯାଇଥିବା ମୋବାଇଲ୍ ନମ୍ବରକୁ କଲ୍ କରନ୍ତୁ ନାହିଁ |ଚାକିରିର ଅଫର, ପଲିସି ବୋନସ, ଲଟେରୀ, ଶସ୍ତା ଋଣର SMS, ଇମେଲ, ଇତ୍ୟାଦି ଆସୁଛି | ସେସବୁକୁ କେବେବି ବିଶ୍ୱାସ କର ନାହିଁ |

 

Get real time updates directly on you device, subscribe now.