fbpx

‘Koi Mil Gaya’ର ରଜତ ବେଦୀଙ୍କ କାର୍ ଧକ୍କାରେ ବ୍ୟକ୍ତି ଗୁରୁତର, ମାମଲା ରୁଜୁ

ନୂଆଦିଲ୍ଲୀ: ଫିଲ୍ମ ‘Koi Mil Gaya’ର ଜଣାଶୁଣା ଅଭିନେତା ରଜତ ବେଦୀଙ୍କୁ ନେଇ ଆସିଛି ବଡ଼ ଖବର । ରଜତ ବେଦୀ ନିଜ କାରରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛନ୍ତି । ଏହି ମାମଲାରେ ଅଭିନେତାଙ୍କ ବିରୋଧରେ ଅଂଧେରୀ ଅଞ୍ଚଳର ଡିଏମ ନଗର ଥାନାରେ ମାମଲା ରୁଜୁ ହୋଇଛି । ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିର ଅବସ୍ଥା ଗୁରୁତର ଥିବା କୁହାଯାଉଛି । ମାମଲାରେ ଅଭିନେତାଙ୍କ ପକ୍ଷରୁ କିଛି ବି ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଭିନେତା ରଜତ ବେଦୀଙ୍କ ସହ ଜଡିତ ଏହି ମାମଲାରେ ଡିଏମ ନଗର ପୋଲିସ କହିଛି ଯେ, ‘କାରରେ ଧକ୍କା ଦେବା ପରେ ଖୋଦ୍ ରଜତ ହିଁ ଗୁରୁତର ବ୍ୟକ୍ତିକୁ କୂପର ହସ୍ପିଟାଲକୁ ଆଣିଥିଲେ । ଅଭିନେତା ସ୍ୱୀକାର ମଧ୍ୟ କରିଛନ୍ତି ଯେ, ଗୁରୁତର ବ୍ୟକ୍ତି ଜଣକ ସ୍ୱୟଂ ଗାଡ଼ି ଆଗକୁ ଆସିଥିଲେ, ଫଳରେ ଦୁର୍ଘଟଣା ହୋଇଗଲା । ବର୍ତ୍ତମାନ ସମୟରେ ପୀଡିତ ବ୍ୟକ୍ତି ଜଣକ ମେଡିକାଲରେ ଅଛନ୍ତି ।

ତେବେ ଗୁରୁତର ହୋଇଥିବା ବ୍ୟକ୍ତିର ବୟସ ୩୯ ବର୍ଷ ବୋଲି କୁହାଯାଉଛି । ରଜତଙ୍କ ଗାଡ଼ି ଆଗକୁ ଚାଲି ଆସିଥିବା ବ୍ୟକ୍ତି ଜଣକ ଡିଏମ ନଗର ଅଞ୍ଚଳର ବାସିନ୍ଦା । କାମ ସାରି ଫେରୁଥିବା ବେଳେ ସେ ରଜତଙ୍କ ଗାଡ଼ି ସାମ୍ନାକୁ ଆସିଥିଲେ ଓ ଜୋରଦାର ଧକ୍କା ହୋଇଗଲା । ଅଭିନେତା ଜଣକ ଖୋଦ୍ ତାଙ୍କୁ ଗାଡ଼ିରେ ନେଇ ମେଡିକାଲରେ ଭର୍ତ୍ତି କରାଇଥିଲେ। ଏହା ସହ ରଜତ ତାଙ୍କ ପରିବାର ଲୋକଙ୍କ ସହ ଦେଖା କରି ସାହାଯ୍ୟ କରିବାର ଭରସା ଦେଇଛନ୍ତି ।

Get real time updates directly on you device, subscribe now.