fbpx

ପାକିସ୍ତାନୀ ଗୀତର କପି ହେଉଛି ବେସରମ ରଙ୍ଗ ! ଅଭିଯୋଗ ଆଣିଲେ ପାକିସ୍ତାନୀ ଗାୟକ

AAKASH
ନୂଆଦିଲ୍ଲୀ:ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ ରିଲିଜ ହେବା ପୂର୍ବରୁ ନିରନ୍ତର ଚର୍ଚ୍ଚାରେ ରହିଛି। ଫିଲ୍ମଟି ଜାନୁଆରୀ ୨୫ ରେ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ କିଙ୍ଗ ଖାନ ଦୀର୍ଘ ସମୟ ପରେ ବଡ ପରଦାରେ କମବ୍ୟାକ କରୁଛନ୍ତିଛି।  ଫିଲ୍ମ SRK ର ପ୍ରତ୍ୟାବର୍ତ୍ତନ ସହିତ ‘ବେସରମ ରଙ୍ଗ’ ଗୀତ ମଧ୍ୟ ଚର୍ଚ୍ଚାରେ ରହିଛି। ଆଉ ଏହି ଗୀତ ଯେବେ ଠାରୁ ରିଲିଜ ହେଇଛି ଗୀତକୁ ନେଇ ଯେଉଁ  ବିବାଦ ଅଛି ତାହା  ଶେଷ ହେବାର ନାମ ନେଉନାହିଁ। କୌଣସି  ନା  କୌଣସି କାରଣରୁ, ଏହି ଗୀତ ବିବାଦରେ ଛନ୍ଦି ହୋଇଯାଉଛି। ଗୀତ ଉପରେ ଆରମ୍ଭ ହୋଇଥିବା ବିବାଦର ଅନ୍ତ ଘଟାଇବାକୁ ସିବିଏଫସି ଏଥିରେ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଥିଲା।
ଏବେ ବେସରମ ରଙ୍ଗକୁ ନେଇ ଆଉ ଏକ ବିବାଦ ଯୋଡି ହୋଇଛି। ବର୍ତ୍ତମାନ ପାକିସ୍ତାନୀ ଗାୟକ ସାଜଜାଦ ଅଲି ପଠାନଙ୍କ ଗୀତରେ ଖୋଳତାଡ଼ କରିଛନ୍ତି। ସାଜଜାଦ ଅଲି ଦାବି କରିଛନ୍ତି ଯେ ଏହି ଗୀତଟି ପାକିସ୍ତାନୀ ଗୀତର ନକଲ ଅଟେ। ଗାୟକ କହିଛନ୍ତି ଯେ ‘ବେସରମ ରଙ୍ଗ’ ତାଙ୍କର ପୁରୁଣା ଗୀତ ‘ଅବ କେ ହମ୍ ବିଛଡେ’ ସହିତ ବହୁତ ମେଳ ଖାଉଛି ।

 

View this post on Instagram

 

A post shared by Sajjad Ali Official (@thesajjadali)

ତେବେ ସଜଜାଦ ଅଲି ଶାହରୁଖ ଖାନଙ୍କ ନାମ ନେଇ ନାହାନ୍ତି କି, ପଠାନ କିମ୍ବା ବେସରମ ରଙ୍ଗଜେ ମଧ୍ୟ ନା  ଉଠେଇ ନାହାନ୍ତି । ଏକ ଇଙ୍ଗିତରେ ସେ ନିର୍ମାତାମାନଙ୍କୁ ଚୋରି କରିଥିବା ଅଭିଯୋଗ କରିଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ସେ ଆଗାମୀ ବଲିଉଡ ଫିଲ୍ମର ଗୀତ ଶୁଣୁଥିଲେ, ଯାହା ଶୁଣିବା ପରେ ସେ ତାଙ୍କ ଗୀତକୁ ମନେ ପକେଇଦେଇଥିଲା ।
ଗାୟକ କହିଛନ୍ତି ଯେ ସେ ଏହି ଗୀତକୁ ବର୍ଷେ ପୂର୍ବରୁ ଲେଖିଥିଲେ।ଭିଡିଓ ଦେଖିବା ପରେ ସାଜଜାଦଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଗାୟକ ତାଙ୍କ ନାମ ନ ରଖି ମଧ୍ୟ  ପଠାନଙ୍କ ଗୀତ ବେସରମ ରଙ୍ଗକୁ ସୂଚିତ କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନୀ ଇଣ୍ଡଷ୍ଟ୍ରି ଦ୍ୱାରା ବଲିଉଡ ବିରୋଧରେ ଏଭଳି ଅଭିଯୋଗ ହୋଇଛି। ଏହାପୂର୍ବରୁ ଅନେକ ଥର ପାକିସ୍ତାନୀ ଗାୟକମାନେ ବଲିଉଡରେ ଗୀତ ଚୋରି କରିଥିବା ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.