fbpx
BSKY
BJD MC SKY
BJD YOUTH SKY

ଆକ୍ରମଣ ପଛରେ ପାକିସ୍ଥାନୀ ସୈନ୍ୟ? ଆଉ ଜଣେ ଆକ୍ରମଣକାରୀଙ୍କ ନାମ ଘୋଷଣା କରିବେ ଇମ୍ରାନ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ଥାନ ସେନାଙ୍କ ପଛରେ ଲାଗିଛନ୍ତି । ବୁଧବାରଦିନ ସେ ଧମକର ସହ କହିଛନ୍ତି ଯେ, ମୁଁ ଅନ୍ୟ ଏକ ସେନା ଅଧିକାରୀଙ୍କ ନାମ ଉଲ୍ଲେଖ କରିବି ଯିଏ ମୋତେ ମାରିବା ପାଇଁ ଦଳରେ ସାମିଲ ଥିଲା । ତେବେ ୭୦ବର୍ଷିୟ ଇମ୍ରାନ ଖାନଙ୍କ ଉପରେ ଗୁରୁବାର ଦିନ ପଞ୍ଜାବ ପ୍ରାନ୍ତର ୱାଜିରାବାଦରେ ଆକ୍ରମଣ କରାଯାଇଥିଲା ।

ଏହା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସରକାର ବିରୋଧରେ ହେଇଥିବା ଲଂଗମାର୍ଚ୍ଚ ଦ୍ୱାରା ଆକ୍ରମଣ କରାଯାଇଥିଲା । ଏଥିରେ ଇମ୍ରାନ ଖାନଙ୍କ ଡାହାଣ ପାଦରେ ଏକ ଗୁଳି ବାଜିଥିଲା । ତେଣୁ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ, ମୋତେ ମାରିବା ପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଓ ମେଜର ଜେନେରାଲ ଫୈସଲ ନସିର ତାଙ୍କର ହତ୍ୟାର ଷଡଯନ୍ତ୍ର କରିଥିଲେ ।

ତେବେ ଅନ୍ୟ ଜଣକ ୩ ନଭେମ୍ବର ଦିନ ୧୨ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ମେଜର ଜେନେରାଲଙ୍କ ଷଡଯନ୍ତ୍ର ନିଷ୍ପତ୍ତିରେ ସାମିଲ ଥିଲା ବୋଲି ଇମ୍ରାନ ଟ୍ୱିଟ କରି ନିଜେ କହିଛନ୍ତି । ତେବେ ଅଟକି ଯାଇଥିବା ଲଙ୍ଗ ମାର୍ଚ୍ଚ ପୁଣି ଗୁରୁବାର ଦିନ ହେବାକୁ ଯାଉଛି, ଏନେଇ ପୁରା ପ୍ରସ୍ତୁତ ଚାଲିଛି । କାରଣ ପଛ ସପ୍ତାହରେ ଇମ୍ରାନଙ୍କ ଉପରେ ଆକ୍ରମଣ ହେବାଲାଗି ବନ୍ଦ ରହିଥିଲା କାର୍ଯ୍ୟକ୍ରମ । ତେଣୁ ସେ ଅନ୍ୟ ଜଣକ କିଏ ତାହା ଇମ୍ରାନ ପ୍ରକାଶ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.