fbpx

(Video) ମହାକାଶକୁ ଯିବେ ପାକିସ୍ତାନୀ ମହିଳା: ୫ କୋଟି ଟଙ୍କା ଖର୍ଚ୍ଚ କରି କିଣିଲେ ଟିକେଟ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଭାରତର ସଫଳ ଅବତରଣ ପରେ ଅନେକ ଦେଶ ଏବେ ମହାକାଶକୁ ଯିବାର ଯୋଜନା ଚଳାଇଛନ୍ତି । ଭାରତର ଚନ୍ଦ୍ରଯାନ-୩ ପରେ ଋଷ ମଧ୍ୟ ନିଜର ଲୁନା-୨୫ ଚନ୍ଦ୍ରମା ଅଭିମୁଖେ ଉତକ୍ଷେପଣ କରିଥିଲା । କିନ୍ତୁ ସାମାନ୍ୟ ଦୂରରେ ଏହା ଫେଲ ମାରିବା ସହ ନଷ୍ଟ ହୋଇଯାଇଛି । ତେବେ ଭାରତର ଏହି ସଫଳତା ପାକିସ୍ତାନକୁ ଇର୍ଷାରେ ଜାଳି ଦେଇଛି । ତେଣୁ ବର୍ତ୍ତମାନ ପାକିସ୍ତାନର ଜଣେ ମହିଳା ମଧ୍ୟ ମହାକାଶର ପ୍ଲାନ ଆରମ୍ଭ କରିଛନ୍ତି । ମହାକାଶକୁ ଯିବା ପାଇଁ ସେ ୫ କୋଟି ଟଙ୍କା ଖର୍ଚ୍ଚ କରି ଟିକେଟ ବି କିଣି ସାରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପାକିସ୍ତାନ ବର୍ତ୍ତମାନ ଦେବାଳିଆ ହେବା ପରିସ୍ଥିତିରେ ଠିଆ ହୋଇଛି । ଦେଶର ଅନେକ ଲୋକ ଖାଦ୍ୟ ସମସ୍ୟା ଏବଂ ପାଣି ସମସ୍ୟା ଦେଇ ଗତି କରୁଛନ୍ତି । କିନ୍ତୁ ସେଠାକାର ଜଣେ ମହିଳା ମହାକାଶକୁ ଯିବା ପାଇଁ ଇଚ୍ଛା କରିଛନ୍ତି । କେବଳ ସେତିକି ନୁହେଁ, ମହାକାଶକୁ ଯିବା ପାଇଁ ସେ ଟିକେଟ ମଧ୍ୟ କାଟି ସାରିଛନ୍ତି । ତେବେ ତାଙ୍କର ଏହି ଟିକେଟର ମୂଲ୍ୟ ହେଉଛି ୫ କୋଟି ଟଙ୍କା । ପାକିସ୍ତାନରେ ଖାଦ୍ୟ ଏବଂ ଜଳ ସଂକଟ ସମୟରେ ଜଣେ ମହିଳା ସଉକ ପୂରଣ ପାଇଁ ୫ କୋଟି ଟଭ୍କା ଖର୍ଚ୍ଚ କରି ମହାକାଶକୁ ଯିବାର ଯୋଜନା କରୁଛନ୍ତି । ତାଙ୍କର ଏହି ପଦକ୍ଷେପକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.