fbpx

ବିପଦଜନକ ନିଶାଦ୍ରବ୍ୟ କବଳରେ ପାକିସ୍ତାନୀ, ଜାଣିଲେ ଉଡ଼ିଯିବ ହୋସ୍

ଇସଲାମାବାଦ୍: ଆର୍ଥିକ ସ୍ଥରରେ ଦୂର୍ବଳ ପାକିସ୍ତାନର ଲୋକମାନେ ଏବେ ଏପରି ଏକ ନିଶା ଦ୍ରବ୍ୟ କବଳକୁ ଯାଉଛନ୍ତି ଯାହା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଦେଶର ଅନେକ ସଂଖ୍ୟାରେ ଲୋକ ଏବେ ଏହି ନିଶାକୁ ପାଗଳ ପ୍ରାୟ ସେବନ କରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପାକିସ୍ତାନୀ ମାନେ ଏବେ ବିପଦଜନକ ସ୍ପର୍ପିଅନ୍ ସ୍ମୋକିଂ ନେଉଛନ୍ତି । ନିଶା ପ୍ରତି ଏତେ ମାତ୍ରାରେ ଆସକ୍ତ ହୋଇପଡିଛନ୍ତି ଯେ, ବିଛାର ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଏଠାରେ ଏହି ବିଷଦଣ ନିଶାର ବ୍ୟବହାର ଖୁବ୍ ବଢ଼ିଯାଇଛି ।

ଖାସ୍ କରି ଖୈବର୍ ପଖ୍ତୁନଖ୍ୱା(କେପି)ରେ ଏହି ମାମଲା ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ତେବେ କୌଣସି ସଠିକ୍ ଆକଳନ ହୋଇନାହିଁ ଯେ, କେତେ ସଂଖ୍ୟାରେ ଲୋକ ଏହି ନିଶା ନେଉଛନ୍ତି । କିନ୍ତୁ ତଦନ୍ତ ଅନୁସାରେ ଏହି ନିଶାର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଅଧିକରୁ ଅଧିକ ଲୋକ ଏହି ନିଶାର ଶିକାର ହେଉଛନ୍ତି । ଏନେଇ ଏବେ ଅଧିକାରୀ ମାନେ ଯାଞ୍ଚ କଡ଼ାକଡ଼ି କରିଛନ୍ତି ।

ପାକିସ୍ତାନୀ ମିଡିଆର ସୁଚନା କ୍ରମେ, ଖୈବର୍ ପଖ୍ତୁନଖ୍ୱାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଭାଗର ପୂର୍ବ କର୍ମଚାରୀ ଅଜୀମୁଲ୍ଲାହ ସେଠାକାର ଅନେକ ଗୁଡ଼ିଏ ଅଞ୍ଚଳ ବୁଲି ଦେଖିଥିଲେ । ସେ ପଆୟ ୭ଟି ଜିଲ୍ଲା ବୁଲି ଦେଖିଥିଲେ । ଯେଉଁଠାରେ ତାଙ୍କୁ ଅନେକ ସଂଖ୍ୟାରେ ନିଶାଡ଼ିଙ୍କୁ ଚିହ୍ନଟ କରିଥିଲେ । ହେଲେ ସେ ନିଜ ରିପୋର୍ଟରେ ନିଶାଡ଼ିଙ୍କ ସଂଖ୍ୟା ନେଇ କୌଣସି ଖୁଲାସା କରିନାହାନ୍ତି । ଖୈବର୍ ପଖ୍ତୁନଖ୍ୱା ଠାରେ ବିଛାକୁ ନିଶା କରିବା ଏବେ ସାଧାରଣ ହେବାରେ ଲାଗିଲାଣି । ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ସ୍କର୍ପିଅନ୍ ସ୍ମୋକିଂ ପଛରେ ନିୟମରେ ଢ଼ିଲାପଣକୁ ଦାୟୀ କରିଛନ୍ତି ଅଜୀମ ।

ଅଜୀମୁଲ୍ଲାହ କହିଛନ୍ତି ଯେ, ଆମକୁ ବିଛା ହତ୍ୟାକୁ ରୋକିବାକୁ ସ୍ୱତନ୍ତ୍ର ଆଇନ ଆଣିବାକୁ ପଡ଼ିବ । ବିଛାର ବ୍ୟବହାର କ୍ୟାନସର୍ ଓ ଏଡସ୍ ଭଳି ରୋଗର ମେଡିସିନ୍ ପ୍ରସ୍ତୁତ କରିବାରେ ଲଗାଯାଇଥାଏ । ଯେଉଁ ପର୍ଯ୍ୟନ୍ତ ବିଛାର ବ୍ୟବହାର ନିଶା କରିବା ଦିଗରେ କରିବାକୁ ରୋକା ନଯାଏ ତାହେଲେ ଘାତକ ରୋଗର ଚିକିତ୍ସା ପାଇଁ ମେଡିସିନ୍ ଉପଲବ୍ଧତା କମିଯିବ । ସେହିପରି ବିଶେଷଜ୍ଞ ମାନେ କହିଛନ୍ତି ଯେ, ବିଛାର ବିଷ ମଣିଷ ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଇବ ।

Get real time updates directly on you device, subscribe now.