fbpx

ନିର୍ବାଚନ ଲଢ଼ିପାରିବେନି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଜାଣନ୍ତୁ କାରଣ…

AAKASH

ଇସଲାମାବାଦ: ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ହେବାକୁ ଯାଉଛି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର କସରତ ଆରମ୍ଭ କରିଦେଇଛନ୍ତି। ତେବେ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନ ଲଢ଼ିବାକୁ ଖୁବ ଆଶାୟୀ ଥିଲେ। ଏଥିପାଇଁ ସେ ନିଜର ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଥିଲେ। କିନ୍ତୁ ଶନିବାର ଦିନ ପାକିସ୍ତାନର ନିର୍ବାଚନ ସଂସ୍ଥା ଇମ୍ରାନ ଖାନଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରିଛି। ୨୦୨୪ ଜାତୀୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ପାକିସ୍ତାନର ନିର୍ବାଚନ ଆୟୋଗ କହିଛନ୍ତି। ତେବେ ଏଥର ଇମ୍ରାନ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି କୁହାଯାଉଛି। ବିଭିନ୍ନ ଅପରାଧିକ ଓ ଦୁର୍ନୀତି ମାମଲାରେ ଲିପ୍ତ ଥିବା କାରଣରୁ ତାଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଜଣାପଡିଛି।

Get real time updates directly on you device, subscribe now.