fbpx
BSKY
BJD YOUTH SKY
BJD MS SKY

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ; ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ବୈଠକ । ବୈଠକରେ ୧୩ଟି ପ୍ରସ୍ତାବ ଉପରେ ଲାଗିଲା ମୋହର । ଓଡ଼ିଶା ସିଭିଲ୍‌ ସର୍ଭିସ ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି । ବୈଠକ ଶେଷରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି ହୋଇଛି। ପବ୍ଲିକ୍ ହେଲଥ୍ ଫାଉଣ୍ଡେସନ ଅଫ ଇଣ୍ଡିଆ ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ନିଆଯାଇଛି। ୨୦୦ଟି ନୂଆ ଇ-ବସ୍‌ କିଣିବାକୁ ଯାଇଛନ୍ତି ରାଜ୍ୟ ସରକାର।

ସହରାଞ୍ଚଳରେ LED ଲାଇଟ ପାଇଁ ୩୧୨ କୋଟି ୧୮ ଲକ୍ଷ ହୋଇଛି ଅନୁମୋଦନ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିଷ୍ପତ୍ତି। ପରିକ୍ରମା ପ୍ରକଳ୍ପରେ ଜନସାଧାରଣଙ୍କୁ କରାଯିବ ସାମିଲ । ପ୍ରତି ପଞ୍ଚାୟତରୁ ଲୋକେ ପୁରୀ ଆସିବେ । ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସୁରକ୍ଷାରେ ହେବେ ସାମିଲ । ୧୭ ତାରିଖରେ ପଞ୍ଚାୟତରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଲାଇଭ୍ ଟେଲିକାଷ୍ଟ ହେବ ।

Get real time updates directly on you device, subscribe now.