fbpx

ପଞ୍ଚାୟତ ନିର୍ବାଚନ: ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ, ମତାଧିକାର ସାବ୍ୟସ୍ତ କରିବେ ୪୧,୮୮,୩୮୨ ଭୋଟର

AAKASH

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ମତଦାନ । ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମସ୍ତ ସ୍ଥାନରେ ପୋଲିଂ ପାର୍ଟି ପ୍ରସ୍ତୁତ ରହିଛନ୍ତି । ଏହି ପର୍ଯ୍ୟାୟରେ ୨୫ ଜିଲ୍ଲାର ୪୮ ବ୍ଲକର ୧୩୧ ଜିଲ୍ଲା ପରିଷଦ ଓ ୯୭୫ ପଞ୍ଚାୟତ ନିମନ୍ତେ ଭୋଟଗ୍ରହଣ କରାଯିବ । ମୋଟ୍‌ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୩୫୧୪ ବୁଥ୍‌ ସ୍ଥାପନ କରାଯାଇଛି । ଶୃଙ୍ଖଳିତ ଓ ନିରପେକ୍ଷ ଭୋଟ୍‌ ପାଇଁ ପ୍ରତି ବୁଥ୍‌ ଉପରେ କଡ଼ା ନଜର ରଖାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଏପରିକି ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍‌ ମଧ୍ୟ ନିୟୋଜିତ ହୋଇଛନ୍ତି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା । ଇତିମଧ୍ୟରେ ୪ଟି ପର୍ଯ୍ୟାୟ ଶେଷ ହୋଇଛି । ଗୁରୁବାର ୫ମ ପର୍ଯ୍ୟାୟ ଶେଷ ହେବା ପରେ ୨୬, ୨୭ ଓ ୨୮ରେ ଭୋଟ୍‌ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ଅନ୍ୟପକ୍ଷରେ ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ହିଂସା ଓ ଅନ୍ୟାନ୍ୟ କାରଣରୁ ସ୍ଥଗିତ ରହିଥିବା ୪୫ଟି ବୁଥ୍‌ରେ ସାନି ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ପୂର୍ବାହ୍ନ ୯ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା । ଯାଜପୁର, ଢ଼େଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ, ବଲାଙ୍ଗୀର, ଜଗତ୍‌ସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜର ବିଭିନ୍ନ ବୁଥ୍‌ରେ ଏହି ମତଦାନ ଅନୁଷ୍ଠିତ ହୋଇଥିଲା ।ତେବେ ରିପୋଲିଂ ପରେ ବାଲାଟ୍‌ ବକ୍ସକୁ ସୁରକ୍ଷିତ ରଖିବା ପାଇଁ ଆଉ ଏକ ଷ୍ଟ୍ରଙ୍ଗ୍‌ ରୁମ୍‌ ସ୍ଥାପନ କରାଯାଇଛି । ଏଥିାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ସ୍ଥଗିତ ରହିଥିବା ୩୦ଟି ବୁଥ୍‌ରେ ଆସନ୍ତା ୨୫ ତାରିଖରେ ମତଦାନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.