fbpx

କରୋନା ଯୋଗୁଁ ସ୍ଥଗିତ ହେଲା ପଞ୍ଚାୟତ ନିର୍ବାଚନ! ୧୫ ଦିନ ପରେ ସମୀକ୍ଷା

ପାଟନା,୨୧ ।୪: ସବୁଆଡେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହି ସମୟରେ ବିହାରରେ ପଞ୍ଚାୟତ ନିର୍ବାଚନ କରିବାକୁ ନେଇ ବଡ ନିଷ୍ପତ୍ତି ନେଇଛି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣ ହେତୁ ପରିସ୍ଥିତି ଅଧିକ ସାଙ୍ଘାତିକ ରହିଛି । ମହାମାରୀକୁ ରୋକିବା ପାଇଁ ବହୁ ସଂଖ୍ୟକ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ବିହାର ପଞ୍ଚାୟତ ସାଧାରଣ ନିର୍ବାଚନ ୨୦୨୧ ର ବିଜ୍ଞପ୍ତିରେ ୧୫ ଦିନ ପାଇଁ ରୋକ୍ ଲଗାଯାଇଛି । ୧୫ ଦିନ ପରେ ସ୍ଥିତି ସମୀକ୍ଷା କରାଯିବ । ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଡେପୁଟି ଚିଫ୍ ନିର୍ବାଚନ ଅଧିକାରୀ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ରାଜ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ, ବିହାରରେ ପଞ୍ଚାୟତ ସାଧାରଣ ନିର୍ବାଚନ ୨୦୨୧ ପାଇଁ ଆୟୋଗ ପକ୍ଷରୁ ଏପ୍ରିଲ ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରସ୍ତାବ ପଠାଇବାର ପ୍ରକ୍ରିୟା ଚାଲିଥିଲା । ଏହି ସମୟରେ ଭାରତ ଏବଂ ବିହାର ରାଜ୍ୟରେ କରୋନା ମହାମାରୀ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ସୂଚନା ମିଳିଲା । ଫଳରେ ଏବେ କରୋନାରୁ ରକ୍ଷା ପାଇବା ପାଇଁ ସାଧାରଣ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.