fbpx

ଦୀନବନ୍ଧୁ ଆତ୍ମହତ୍ୟା ଘଟଣା: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା

ସମ୍ବଲପୁର,୨୧ ।୪(ଓଡିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣାରେ କୁଳପତିଙ୍କ ନାଁରେ ମାମଲା ରୁଜୁ ହୋଇଛି । ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜିବ ମିତ୍ତଲଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । କୁଳପତିଙ୍କ ସହ ଆଉ ୨ କର୍ମଚାରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ହଷ୍ଟେଲ ୱାଡେନ୍ ପ୍ରଫେସର ବିଶ୍ୱଜିତ ଶତପଥୀ ଓ ବିଶ୍ୱବିଦ୍ୟାଳୟର ପିଇଓ ଅବିନାଶ କରଙ୍କ ନାଁରେ ମାଲା ରୁଜୁ ହୋଇଛି । ଦୀନବନ୍ଧୁଙ୍କ ପୁଅ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ତେବେ ଗତକାଲି ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର କରିଥିଲେ ଆତ୍ମହତ୍ୟା । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ ଠିକା କର୍ମଚାରୀ ଭାବେ କାମ ଥିଲେ । ଚାକିରୀ ନିୟମିତ କରିବାକୁ ସେ ବାରମ୍ବାର ଦାବି କରିଆସୁଥିଲେ ।ଚାକିରୀ ସ୍ଥାୟୀ କରାନଯିବା ପ୍ରତିବାଦରେ ମଙ୍ଗଳବାର ଦୀନବନ୍ଧୁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ପରେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ଅଣାଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.