fbpx

ପୋଲିସ ASIଙ୍କୁ ଉଠାଇନେଲେ ମାଓବାଦୀ

ଛତିଶଗଡି,୨୧ ।୪: ଛତିଶଗଡ ବିଜାପୁରରେ ପୁଣି ଜଣେ ଯବାନଙ୍କୁ ଉଠାଇନେଇଛନ୍ତି ମାଓବାଦୀ । ବିଜାପୁର ଜିଲ୍ଲା ପାଲନାର ଗାଁରୁ ପୋଲିସ ଏଏସଆଇ ମୁରଲୀ ତାତିଙ୍କୁ ମାଓବାଦୀ ଅପହରଣ କରିଥିବା ସୂଚନା ମିଳିଛି । ଆଜି ଅପରାହ୍ଣ ୪ଟା ବେଳେ ଛତିଶଗଡ଼ ବିଜାପୁରରେ ମୁରଲୀ ତାତିଙ୍କୁ ଉଠାଇନେଇଥିଲେ ।

ତେବେ ଅପହୃତ ପୋଲିସ ଏଏସଆଇ ମୁରଲୀ ତାତି ଜଗଦଲପୁରରେ କାର୍ଯ୍ୟ କରନ୍ତି । ଛୁଟିରେ ଘରକୁ ଯାଇଥିବା ଯବାନ ଜଣକ ଆଜି ଅପରାହ୍ଣରେ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିଲେ । ମେଳା ଦେଖିବାକୁ ଯିବା ବେଳେ ମାଓବାଦୀ ଯବାନଙ୍କୁ ଅପହରଣ କରିନେଇଥିଲେ । ଏନେଇ ବିଜାପୁର ଏସପି କମୋଲୋଚନ କଶ୍ୟପ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ବିଜାପୁରରେ କୋବ୍ରା ଯବାନ ରାକେଶ୍ୱର ସିଂ ମାନହାସଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ । କିନ୍ତୁ ପରେ ସେମାନେ ରାକେଶ୍ୱରଙ୍କୁ ଛାଡ଼ି ଦେଇଥିଲେ ।

Get real time updates directly on you device, subscribe now.