ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୁପୂର

ପଦ୍ମପୁର: ଦିନକୁ ଦିନ ଦୁର୍ନୀତି ମାମଲା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ସରକାରୀ ଅଧିକାର । ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ ଫସିଛନ୍ତି ଜ୍ଞାନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୁପୂର ସେଠି ।

ତେବେ ପିଏମ ଆବାସ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପିଇଓ ନୁପୂର ସେଠି । ବେଦପ୍ରକାଶ ବିଶ୍ୱାଳଙ୍କ ଜରିଆରେ ସେ ଏହି ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ସମୟରେ ହିଁ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା ।