fbpx

ହରିୟାଣାରେ କଂଗ୍ରେସ ଜାରି କଲା ପ୍ରଥମ ଲିଷ୍ଟ୍, ଜାଣନ୍ତୁ କେଉଁଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଭିନେଶ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କଂଗ୍ରେସ ୩୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

କଂଗ୍ରେସ ଶୁକ୍ରବାର ଦିନ ପାର୍ଟିରେ ଯୋଗ ଦେଇଥିବା ରେସଲର ଭିନେଶ ଫୋଗାଟଙ୍କୁ ଜିନ୍ଦର ଜୁଲାନା ବିଧାନସଭା ପକ୍ଷରୁ ପ୍ରାର୍ଥୀ କରିଛି । ଏହା ବ୍ୟତୀତ ପୂର୍ବତନ ସିଏମ୍ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କୁ ଗଢ଼ୀ ସାମ୍ପଲା କିଲୋଇ ବିଧାନସଭା ଆସନରୁ ଟିକେଟ ଦିଆଯାଇଛି ।

ଏହାପୂର୍ବରୁ ଶୁକ୍ରବାର ଦିନ ଅଲିମ୍ପିଆନ ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ସହ ହାତ ମିଳାଇଥିଲେ । ବର୍ତ୍ତମାନ ଦଳ ହରିୟାଣା ବିଧାନସଭା ନିର୍ବାଚନରେ ରେସଲର ଭିନେଶ ଫୋଗାଟଙ୍କୁ ମଇଦାନକୁ ଓହ୍ଲାଇଛି ।

କଂଗ୍ରେସ ପୂର୍ବରୁ ବିଜେପି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ବିଜେପି ଏହାର ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ବିଜେପି ଲଡୱା ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନୟାବ ସିଂ ସାଇନିଙ୍କୁ ଟିକେଟ୍ ଦେଇଛି । ଏହା ବ୍ୟତୀତ ପୂର୍ବତନ ଗୃହମନ୍ତ୍ରୀ ଅନିଲ ବିଜୟଙ୍କୁ ଅମ୍ବାଲା କ୍ୟାଣ୍ଟରୁ ମଇଦାନକୁ ଓହ୍ଲାଯାଇଛି ।

ତେବେ ହରିୟାଣାରେ ୫ ଅକ୍ଟୋବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବ । ଅକ୍ଟୋବର ୮ ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.