fbpx

କଳିଙ୍ଗ ଷ୍ଟାଡିୟମରେ (OUPP)ଟ୍ରେନିମାନଙ୍କ ସହ ଆଲୋଚନା କଲେ ୫-ଟି ଅଧ୍ୟକ୍ଷ, କହିଲେ ରାଜ୍ୟର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିର ଏହା ଏକ ଉପଯୁକ୍ତ ମାଧ୍ୟମ

ଭୁୁବନେଶ୍ୱର; ଓଡ଼ିଶା ଭାସ୍କର: ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ (OUPP) ଓଡ଼ିଶା ଅପ୍ ସ୍କିଲିଂ ଆଣ୍ଡ ପ୍ଲେସମେଣ୍ଟ ପ୍ରୋଗ୍ରାମ ଜରିଆରେ ଟ୍ରେନିମାନଙ୍କ ସହ ଆଲୋଚନା କରିଛନ୍ତି । ଏହି କ୍ରମରେ ସେ ୧୮୧ ଜଣ ଟ୍ରେନିଙ୍କ ସହ ଆଲୋଚନା କରିଛନ୍ତି । ଏହି ସମସ୍ତ ୧୮୧ ଜଣ ଟ୍ରେନି ଦେଶର ବିଭିନ୍ନ ସ୍ଥାନରେ ଥିବା ଟେକ୍ ମହିନ୍ଦ୍ରା କାର୍ଯ୍ୟାଳୟରେ ୪.୨୫ ଲକ୍ଷ ବାର୍ଷିକ ପ୍ୟାକେଜ୍‌ରେ ନିଯୁକ୍ତ ହୋଇଛନ୍ତି । ତେବେ ଏହି ଅପ୍ ସ୍କିଲିଂ ପ୍ରୋଗ୍ରାମ କେନ୍ଦୁଝର ଡିଏମଏଫ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଆର୍ଥିକ ସହାୟତାରେ ପରିଚାଳିତ ହେଉଛି ।

ଏହି ପ୍ରୋଗ୍ରାମର ଲକ୍ଷ୍ୟ ରହିଛି ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦକ୍ଷତା ବିକାଶ କରିବା ଓ ଶତ ପ୍ରତିଶତ ନିଯୁକ୍ତି ସୁଯୋଗ ପ୍ରଦାନ କରିବା । ଏହା ସହିତ ଏହି ପ୍ରୋଗ୍ରାମ ଜରିଆରେ ସମସ୍ତ ମନୋନୀତ ପ୍ରାର୍ଥୀଙ୍କୁ ୬ମାସିଆ କୋର୍ସ ଅବଧିରେ ମାଗଣା ରହିବା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ ।

ଏହି ପ୍ରୋଗ୍ରାମରେ ସାରା ରାଜ୍ୟରୁ ଅର୍ଥନୈତିକ ଦୂର୍ବଳ ଶ୍ରେଣୀରୁ ବି.ଟେକ୍‌, ଏମସିଏ, ଏମଏସସି ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଏ । ଟ୍ରେନିଂ ପ୍ରୋଗ୍ରାମରେ ପୁରୁଷ ଓ ମହିଳାଙ୍କୁ ସମାନ ଗୁରୁତ୍ୱ ଦିଆଯାଇଥାଏ । ଏହି ଅବସରରେ ୫-ଟି ଅଧ୍ୟକ୍ଷ କହିଛନ୍ତି ୫-ଟି ମାଧ୍ୟମରେ ଏହା ଏକ ଡ୍ରିମ୍ ପ୍ରୋଜେକ୍ଟ । ରାଜ୍ୟର ଶିକ୍ଷିତ ଓ ଦକ୍ଷ ଯୁବଗୋଷ୍ଠୀଙ୍କୁ ତାଲିମ ଓ ନିଯୁକ୍ତି ଦେବାର ଏହା ଏକ ଉପଯୁକ୍ତ ମାଧ୍ୟମ ହୋଇପାରିଛି । ଏହି ପ୍ରୋଗ୍ରାମର ପ୍ରଥମ ବ୍ୟାଚ୍ ବହୁତ ଭଲ ପ୍ରଦର୍ଶନ କରିଥିବାରୁ ଓ ଆଗାମୀ ବ୍ୟାଚ୍ ଲାଗି ଅଧିକ ଉତ୍ସାହ ସୃଷ୍ଟିର କାରଣ ହୋଇପାରିଥିବାରୁ ପାଣ୍ଡିଆନ୍ ଖୁସି ବ୍ୟକ୍ତ କରିଛନ୍ତି ଓ କହିଛନ୍ତି ସରକାର ଖୁବ୍ ଶୀଘ୍ର ଆଗାମୀ ବ୍ୟାଚ୍ ଆରମ୍ଭ କରିବା ସହ ଏହି ପ୍ରୋଗ୍ରାମକୁ ବ୍ୟାପକ କରିବେ ।

Get real time updates directly on you device, subscribe now.