ବିଜେଡିର ଚାବି ମୋଡୁଛନ୍ତି ପାଣ୍ଡିଆନ: ଲକ୍ଷ୍ମଣ ବାଗ୍

ଭୁବନେଶ୍ୱର,୨୯ା୩: ଦୀର୍ଘଦିନ ପରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କୁ ତାମିଲନାଡୁରେ ଏକାଠି ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ହଇଚଇ ସୃଷ୍ଟି ହୋଇଛି । କେହି କହୁଛନ୍ତି ନବୀନ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଛନ୍ତି ତ ଆଉ କେହି କହୁଛନ୍ତି ପାଣ୍ଡିଆନଙ୍କ କଥାରେ ନବୀନ ଏବେ ବି ପରିଚାଳିତ ହେଉଛନ୍ତି । ନବୀନଙ୍କ ଚାବି ମୋଡୁଛନ୍ତି ପାଣ୍ଡିଆନ ବୋଲି ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍ କହିଛନ୍ତି । ସେ କହିଛନ୍ତି, ଲୋକେ ପାଣ୍ଡିଆନଙ୍କୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ସେ ଯେତେ ସମୀକରଣ କଲେ ମଧ୍ୟ ଆଉ ବିଜେଡି ସରକାର ଗଠନ କରିପାରିବ ନାହିଁ । ବିଜେଡି ଡଙ୍ଗା ଖୁବଶୀଘ୍ର ବୁଡ଼ିଯିବ ବୋଲି ଲକ୍ଷ୍ମଣ କହିଛନ୍ତି ।

କହିରଖୁଛୁ, ଲକ୍ଷ୍ମଣ ବାଗ୍ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନବୀନଙ୍କୁ ପରାସ୍ତ କରି ଭାଜପାର ବିଧାୟକ ହୋଇଛନ୍ତି ।   ନିର୍ବାଚନରେ  ନବୀନଙ୍କୁ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ କଣ୍ଟାବାଞ୍ଜିରୁ ଭାଜପା ପ୍ରାର୍ଥୀ ତାଙ୍କୁ କଡା ଟକ୍କର ଦେଇଥିଲେ। ବାଗ୍‌ ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଥିଲେ।  ଲକ୍ଷ୍ମଣ ବାଗ୍‌ ୯୦,୫୯୦୪ ଖଣ୍ଡ ଭୋଟ ପାଇଥିବା ବେଳେ ନବୀନ ୭୪,୨୭୩ ଖଣ୍ଡ ଭୋଟ ପାଇଥିଲେ।