fbpx

ଲିଥିୟମ ଭଣ୍ଡାର ଉପରେ ଆତଙ୍କୀ ନଜର , ଭାରତୀୟ କମ୍ପାନୀକୁ ଧମକ

Advertisement

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଧଳା ସୁନା ବା ଲିଥିୟମ ଭଣ୍ଡାର ଉପରେ ଆତଙ୍କବାଦୀ ସଂଗଠନର ନଜର ରହିଛି । ସୋମବାର ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଭାରତୀୟ କମ୍ପନୀଗୁଡିକୁ ଧମକପୂର୍ଣ୍ଣ ଚିଠି ଯାଇଛି । ସେଥିରେ ଲେଖା ହୋଇଛି ଯେ, ଜାମ୍ମୁ କାଶ୍ମୀର ସମ୍ବଳର ‘ଚୋରି’ କୌଣସି ପରିସ୍ଥିତିରେ ହେବାକୁ ଦିଆଯିବ ନାହିଁ। ଏହି ଭଣ୍ଡାର ଜାମ୍ମୁ କାଶ୍ମୀରର ଲୋକଙ୍କ ଏବଂ ତାହା କେବଳ ସେମାନଙ୍କ ସ୍ୱାର୍ଥରେ ବ୍ୟବହାର କରାଯିବା ଉଚିତ। ଯେଉଁ କମ୍ପାନୀ ଜାମ୍ମୁ କାଶ୍ମୀରରେ ଖଣି ଖନନ କାର୍ଯ୍ୟ କରିବା ସେହି କମ୍ପାନୀ ଉପରେ ଉପରେ ଆକ୍ରମଣ ହେବ ବୋଲି ଆତଙ୍କବାଦୀ ସଂଗଠନ କମ୍ପାନୀ ଗୁଡିକୁ ଧମକ ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରଣାଳୟ ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ରିୟାସି ଜିଲ୍ଲାର ସାଲାଲ ଗ୍ରାମରେ ୫.୦ ନିୟୁତ ଟନ୍ ଲିଥିୟମ୍ ଭଣ୍ଡାର ଠାବ କରିଥିଲା । ଏହି ଗାଁ ମାତା ବୈଷ୍ଣୋ ଦେବୀ ପାହାଡ ନିକଟରେ ଅବସ୍ଥିତ ।
ଗତ ବର୍ଷ କର୍ଣ୍ଣାଟକର ମାର୍ଲାଗାଲାରେ ୧୬୦୦ ଟନ୍ ଲିଥିୟମ୍ ଭଣ୍ଡାର ମିଳିଥିଲା । ଲିଥିୟମ୍ ହେଉଛି ଏକ ମିନେରାଲ୍ ଯାହା ଇଲେକ୍ଟ୍ରିକ୍ ଯାନ, ସ୍ମାର୍ଟଫୋନ୍ ଏବଂ ରିଚାର୍ଜ ଯୋଗ୍ୟ ବ୍ୟାଟେରୀରେ ବ୍ୟବହୃତ ହୁଏ । ଏହାର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି କିନ୍ତୁ ଏଥିପାଇଁ ଭାରତ ଆମଦାନି ଉପରେ ୧୦୦ ପ୍ରତିଶତ ନିର୍ଭରଶୀଳ ।

ବିଶେଷଜ୍ଞମାନେ କହିଛନ୍ତି ଯେ କିଛି ବର୍ଷ ଧରି ଭାରତ କେବଳ ଲିଥିୟମ ପ୍ରସଙ୍ଗରେ ଆମଦାନୀ ଉପରେ ନିର୍ଭର କରିବ। ଯେତେବେଳେ ଭାରତରେ ବିଶୋଧନ କାର‌୍ୟ୍ୟ ଆରମ୍ଭ ହେବ ସେତେବେଳେ ଦେଶରେ ମିଳୁଥିବା ସଂରକ୍ଷଣଗୁଡିକ ବ୍ୟବହାର କରାଯିବ ।

Get real time updates directly on you device, subscribe now.